ମୁମ୍ବାଇ: ପ୍ରଭାସ ଓ ସୈଫ ଅଲୀ ଖାଁଙ୍କ ଆଦିପୁରୁଷର ବହୁ ପ୍ରତିକ୍ଷୀତ ଟିଜର ରିଲିଜ ହୋଇଛି । ତେବେ ଏହା ଦର୍ଶକଙ୍କ ପସନ୍ଦ ଆସିନି । ରାବଣ ଏବଂ ହନୁମାନଙ୍କ ଲୁକ ନେଇ ପ୍ରଶଂସକମାନେ ଖୋଲାଖୋଲି ଭାବେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାର ଭିଏଫକ୍ସ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ଆଲୋଚନା ହେବା ସହ ଏଥିନେଇ ଅଜୟ ଦେବଗାନଙ୍କ କମ୍ପାନୀକୁ ସମାଲୋଚନା କରାଯାଉଛି । ତେବେ ଅଜୟଙ୍କ କମ୍ପାନୀ ଏ ନେଇ ଆଜି ମୁହଁ ଖୋଲି । କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଆଦିପୁରୁଷର ସିଜି କିମ୍ବା ସ୍ପେଶାଲ ଇଫେକ୍ଟସ ଉପରେ କାମ କରାଯାଇ ନାହିଁ । ଏଥିନେଇ କମ୍ପାନୀ ପକ୍ଷରୁ ଅଫିସିଆଲ ନୋଟ ମଧ୍ୟ ଜାରୀ କରାଯାଇଛି ।
ଓମ ରାଉତଙ୍କ ଏହି ଫିଲ୍ମ କୌଣସି ଦୃଷ୍ଟିକୋଣରେ ପ୍ରଶଂସକଙ୍କୁ ପସନ୍ଦ ଆସିନି । ବିଶେଷ କରି ରାବଣଙ୍କ ଭୂମିକା କରୁଥିବା ସୈଫଙ୍କ ଲୁକ କାହାକୁ ପସନ୍ଦ ଆସିନି । ସେ ଜଣେ ମୁସଲମାନ କ୍ରୁର ଶାସକ ପରି ଦେଖା ଯାଉଛନ୍ତି ବୋଲି ପ୍ରଶଂସକମାନେ କହିଛନ୍ତି । ଏହି ପୌରାଣିକ ଗାଥା ଆସନ୍ତା ବର୍ଷ ୧୨ ଜାନୁୟାରୀରେ ରିଲିଜ ହେବ ।
Comments are closed.