କଟକ: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ଏପ୍ରିଲ ୫ରୁ କେବଳ ଭର୍ଚୁଆଲ ମୋଡରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି।
କୋର୍ଟର ଅଧିକାରୀ ଏବଂ କର୍ମଚାରୀଙ୍କୁ ଛାଡି ଏହାର ପରିସର ମଧ୍ୟକୁ ଅନ୍ୟମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ରହିବ ବୋଲି ସରକାରୀ ନିର୍ଦ୍ଦେଶରେ କୁହାଯାଇଛି।
ଯେକୌଣସି ମାମଲା ଫାଇଲିଂ ଏବଂ ଡ୍ରପ୍ ବକ୍ସ କିମ୍ବା efiling.od-hc@gov.in କିମ୍ବା ଇ-ଫାଇଲ୍ ପୋର୍ଟାଲ୍ ତଥା ଇ-ମେଲ୍ ମାଧ୍ୟମରେ ମାମଲା ଏବଂ ଡକ୍ୟୁମେଣ୍ଟ ଦାଖଲ କରାଯିବ।
ମାମଲାଗୁଡ଼ିକ ସକାଳ ୧୧ ରୁ ୧୨ ଟା ମଧ୍ୟରେ ଡ୍ରପ୍ ବକ୍ସରେ ଥିବା ମାମଲା ଉପ ରେଜିଷ୍ଟ୍ରାର (ଜୁଡିସିଆଲ୍)ଙ୍କ ସମ୍ମୁଖରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉପସ୍ଥାପିତ ହେବ। କଜଲିଷ୍ଟ ନୋଟିସରେ ଏହି ଭିଡିଓ କନଫରେନ୍ସିଂ ଲିଙ୍କ୍ ସମ୍ପର୍କରେ ସୂଚନା ଦିଆଯିବ।
କେବଳ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲାର ଆଇନଜୀବୀ ଏବଂ ପକ୍ଷ କୋର୍ଟରେ ହାଜର ହେବେ।