Latest Odisha News

BREAKING NEWS

ଉପରାଷ୍ଟ୍ରପତି ନିର୍ବାଚନ; ନବୀନଙ୍କ ସହଯୋଗ ଲୋଡିଲେ ରାଜନାଥ

ଭୁବନେଶ୍ୱର: ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରୀଷ୍ଣନଙ୍କୁ ସମର୍ଥନ ଜଣାଇବା ପାଇଁ ଓଡିଶାର ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଫୋନ୍ ରେ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏନଡିଏ ପ୍ରାର୍ଥି ସି.ପି ରାଧାକ୍ରିଷ୍ଣଙ୍କୁ ଜିତିବାରେ କୌଣସି ଅସୁବିଧା ନଥିବାବେଳେ, ତଥାପି ରାଜନାଥ ସିଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କଠାରୁ ଆରମ୍ଭ କରି ଡିଏମ୍‌କେ ସୁପ୍ରିମୋ ଏମ୍‌କେ ଷ୍ଟାଲିନ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଫୋନ୍‌ କରି ସମର୍ଥନ ଲୋଡିଛନ୍ତି ।

ତେବେ ବିଜେଡି ଓଡିଶାର ଏକ ଦୃଢ ବିରୋଧୀ ଦଳ ହୋଇଥିବାରୁ ଏଠି ଦେଖିବାକୁ ବାକି ରହିଲା ବିଜେଡି ଏନଡିଏ ପ୍ରାର୍ଥିଙ୍କୁ ସମର୍ଥନ କରୁଛି ନା ଇଣ୍ଡିଆମେଣ୍ଟ ପ୍ରାର୍ଥିଙ୍କୁ ସମର୍ଥନ କରୁଛି । କାରଣ ୨୦୨୪ ନିର୍ବାଚନ ପରେ ବିଜେଡି-ବିଜେପି ସମୀକରଣ ବଦଳି ଯାଇଥିବାରୁ ନବୀନଙ୍କ ପଦକ୍ଷେପ ଉପରେ ରହିଛି ସମସ୍ତଙ୍କ ନଜର ।

ସୂଚନାଯୋଗ୍ୟ, ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଏନଡିଏ । ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଥିବା ସିପି ରାଧାକ୍ରୀଷ୍ଣନଙ୍କୁ ଦଳ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି । ମହାରାଷ୍ଟ୍ରର ରାଜ୍ୟପାଳ ସହ ରାଧାକ୍ରୀଷ୍ଣନ ହେଉଛନ୍ତି ତାମିଲନାଡୁ ରାଜନୀତିର ଜଣେ ବଡ ନେତା । । ଦକ୍ଷିଣ ଭାରତରେ ବିଜେପି ପାଇଁ ସେ ବହୁ ବର୍ଷ କାମ କରିଥିବାବେଳେ, ତାମିଲନାଡୁର ବିଜେପି ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି । ତେଣୁ ତାଙ୍କୁ ପ୍ରାର୍ଥୀ କରି ଦକ୍ଷିଣ ଭାରତରେ ବିଜେପି ନିଜର ଭୋଟ୍ ବ୍ୟାଙ୍କ ବଢ଼ାଇବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛି ।

ଅନ୍ୟପଟେ ଏନଡିଏ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନଙ୍କୁ ଆଜି ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ଅନୁଷ୍ଠିତ ବିଜେପି ସଂସଦୀୟ ବୋର୍ଡ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ରାଧାକୃଷ୍ଣନଙ୍କ ନାମ ପ୍ରସ୍ତାବ ଦେଇଥିଲେ । ବୈଠକରେ ପ୍ରଧାନମନ୍ତ୍ରୀ ତାଙ୍କ ରାଜନୈତିକ ଏବଂ ସାମାଜିକ କାର୍ଯ୍ୟ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ନାମ ଘୋଷଣା ପରେ ସିପି ରାଧାକୃଷ୍ଣନ ଦିଲ୍ଲୀ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି ।

Comments are closed.