Latest Odisha News

BREAKING NEWS

ସଲ୍‌ମାନଙ୍କ ସାମ୍‌ନାରେ କାଟ୍ରିନାଙ୍କୁ ପ୍ରପୋଜ୍‌ କରିଥିଲେ ଭିକି!

ନୂଆଦିଲ୍ଲୀ: କିଛିଦିନ ହେବ ବଲିଉଡ୍‌ ଷ୍ଟାର୍‌ ଭିକି କୌଶଲ ଏବଂ ଅଭିନେତ୍ରୀ କାଟ୍ରିନା କୈଫ୍‌ଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହା ଭିତରେ କ୍ୟାଟ୍ରିନା ଏବଂ ଭିକିଙ୍କ ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି।

୨୦୧୯ରେ ଭିକି କୌଶଲ ଏକ କାର୍ଯ୍ୟକ୍ରମରେ କ୍ୟାଟ୍ରିନା କୈଫଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସଲମାନ ଖାନ ମଧ୍ୟ ଉପସ୍ଥିତ ଥିଲେ। ସେମାନଙ୍କ ବିବାହର ଗୁଜବ ମଧ୍ୟରେ ଭିଡିଓ ବେଶ୍‌ ଭାଇରାଲ ହୋଇଛି। ଉଭୟଙ୍କ ବିବାହକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି।

ଖବର ଅନୁଯାୟୀ, ଡିସେମ୍ବର ୭ ରୁ ୯ ମଧ୍ୟରେ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ରାଜସ୍ଥାନରେ ବିବାହ କରିବା ନେଇ ଖବର ମିଳିଛି। କିନ୍ତୁ ଏହି ଦୁଇ କଳାକାରଙ୍କଠାରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ।ଏକ ପୁରୁଣା ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି, ଯେଉଁଥିରେ ବିକି କ୍ୟାଟ୍ରିନାଙ୍କୁ ପ୍ରସ୍ତାବ ଦେଉଥିବାର ଦେଖିବାକୁ ମିଳିଛି।

Comments are closed.