Latest Odisha News

ମିଷ୍ଟର ଲେଲେରେ ବରୁଣଙ୍କ ସ୍ଥାନରେ ଭିକ୍କି ସାମିଲ, ଷ୍ଟୋରୀ ବଦଳିବ

ମୁମ୍ବାଇ: ଗତବର୍ଷ ଘୋଷଣା କରାଯାଇଥିବା ଶଶାଙ୍କ ଖେତାନଙ୍କ ମିଷ୍ଟର ଲେଲେରୁ ବରୁଣ ଧାୱନ ହଟି ଯାଇଛନ୍ତି । ତାଙ୍କ ସ୍ଥାନରେ ଭିକ୍କି କୌଶଲଙ୍କୁ ଫିଲ୍ମରେ ହୀରୋ ଭାବେ ଚୁକ୍ତି କରାଯାଇଛି । ବରୁଣ ସ୍କ୍ରିପ୍ଟରେ କିଛି ପରିବର୍ତନ ଚାହୁଁଥିଲେ ମାତ୍ର ଶଶାଙ୍କ ଏଥିରେ ରାଜି ହୋଇ ନ ଥିଲେ । ଶେଷରେ ଫିଲ୍ମରୁ ବରୁଣ ଓହରି ଯାଇଥିଲେ ।

ଏବେ ଫିଲ୍ମରେ ଷ୍ଟୋରିରେ ସାମାନ୍ୟ ପରିବର୍ତନ କରାଯାଇଛି । ଯାହା କି ଭିକ୍କିଙ୍କୁ ବେଶ୍ ପସନ୍ଦ ଆସିଛି । ଧର୍ମା ପ୍ରଡକ୍ସନରେ ଭିକ୍କିଙ୍କ ଏହା ତୃତୀୟ ଫିଲ୍ମ ହେବ । ଏହା ପୂର୍ବରୁ ସେ ରାଜୀ ଓ ଭୂତ ଫିଲ୍ମରେ ଅଭିନୟ କରି ସାରିଛନ୍ତି ।

Leave A Reply

Your email address will not be published.