Latest Odisha News

BREAKING NEWS

2021 ବର୍ଷ ପାଇଁ ଅପରିବର୍ତ୍ତିତ ରହିବ ଜେଇଇ ଏବଂ ଏନ୍ଇଇଟି ସିଲାବସ 

ନୂଆଦିଲ୍ଲୀ: ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଛାତ୍ରଛାତ୍ରୀ ଜେଇଇ ଏବଂ ଏନ୍ଇଇଟି ପରୀକ୍ଷାରେ ପ୍ରଶ୍ନର ଉତ୍ତର ଦେବାରେ ବିକଳ୍ପ ପାଇବେ । କାରଣ ଜେଇଇ ଏବଂ ଏନ୍ଇଇଟି ସିଲାବସ୍ 2021 ବର୍ଷ ପାଇଁ ଅପରିବର୍ତ୍ତିତ ରହିବ । 

ଜେଇଇ ସିଲାବସ ପୂର୍ବବର୍ଷ ଭଳି ସମାନ ରହିବ । କିନ୍ତୁ ଛାତ୍ରଛାତ୍ରୀ 90ଟି ପ୍ରଶ୍ନ ମଧ୍ୟରୁ ଯେକୌଣସି 75ଟି ପ୍ରଶ୍ନର ଉତ୍ତର ଦେବାର ସୁଯୋଗ ପାଇବେ । 

2020ରେ ଅନୁଷ୍ଠିତ ଜେଇଇ ପରୀକ୍ଷାରେ ମୋଟ 75ଟି ପ୍ରଶ୍ନ ରହିଥିଲା । ଛାତ୍ରଛାତ୍ରୀଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପଡିଥିଲା । 

2021 ଏନ୍ଇଇଟି ପ୍ରଶ୍ନପ୍ରତ୍ରର ପ୍ରକୃତ ନମୁନା ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । କିନ୍ତୁ ଦେଶର କେତେକ ବୋର୍ଡର ସିଲାବସ ହ୍ରାସକୁ ଦୃଷ୍ଟିରେ ରଖି ଏନ୍ଇଇଟି 2021ର ପ୍ରଶ୍ନପତ୍ରରେ ଜେଇଇ ଭଳି ବ୍ୟବସ୍ଥା ରହିପାରେ । 

Leave A Reply

Your email address will not be published.