Latest Odisha News

BREAKING NEWS

ସିଙ୍ଗର ମିକା ସିଂଙ୍କ ସ୍ୱଂୟମ୍ବର ପ୍ରମୋ ଭିଡିଓ ରିଲିଜ

 ମୁମ୍ବାଇ : ସିଙ୍ଗର୍ ମିକା ସିଂଙ୍କ ପାଇଁ ଚାଲିଛି ଝିଅ ଖୋଜା । ରିଆଲିଟି ସୋ ଜରିଆରେ ସ୍ୱଂୟମ୍ବର କରି ନିଜ ପାଇଁ ଜୀବନସାଥୀ ଖୋଜିବେ ମିକା ସିଂ । ରିଆଲିଟି ସୋ ‘ମିକା ଦି ବୋଟି’ ରେ ଆସି ନିଜ ପାଇଁ ଝିଅ ଖୋଜିବେ ମିକା ସିଂ ।ଆଉ ଏହି ରିଆଲିଟି ସୋ କୁ ନେଇ ବେଶ୍ ଏକ୍ସାଇଟେଡ୍ ଅଛନ୍ତି ମିକା ସିଂ । ଏହି ସୋ ର ପ୍ରମୋ ଆସିଯାଇଛି ।ଏହି ପ୍ରମୋର ଏକ ଭିଡିଓ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ମିକା ସିଂ ସେୟାର କରିଛନ୍ତି ।

ଏହି ଭିଡିଓ ମାଧ୍ୟମରେ ନିଜର ମନର କଥା କହିଛନ୍ତି ମିକା ସିଂ । ମୋ ଜୀବନରେ ଜୀବନ ସାଥୀର ଜୁରୁରତ ଅଛି । ଲଣ୍ଡନ ପ୍ୟାରିସ ଓ ଝୁମିର ତଲାୟା ଏତେ ବିବାହ ପାର୍ଟି ସବୁ ହେଉଛି , ମୋ ଗୀତରେ ଲକ୍ଷ ଲକ୍ଷ ଲୋକ ହୃଦୟ ଯୋଡି ହେଉଛି । କିନ୍ତୁ ମୋ ମନ କଥା ବୁଝିବ କିଏ  ? ପ୍ରମୋ ଭିଡିଓରେ ଏପରି କହିଛନ୍ତି ମିକା ସିଂ ।

୮ ମେ’ ଭିତରେ କଣ୍ଟେଷ୍ଟାଣ୍ଟ ମାନେ ଆବେଦନ କରିପାରିବେ । ଷ୍ଟାର ଭାରତରେ ଏହି ସୋ ପ୍ରସାରତି ହେବ। ବଲିଉଡରେ କେବଳ ମିକା ସିଂ ନୁହନ୍ତି ରାକ୍ଷୀ ସାୱନ୍ତ ,ରାହୁଲ ମହାଜନ ପ୍ରମୁଖଙ୍କ ସ୍ୱୟଂବର ହୋଇଥିଲା ।ଏବେ ସିଙ୍ଗର ମିକା ସିଂଙ୍କ ସ୍ୱଂୟମ୍ବର ହେବକୁ ଯାଉଛି ।

 

View this post on Instagram

 

A post shared by Mika Singh (@mikasingh)

Comments are closed.