Latest Odisha News

BREAKING NEWS

ପେଟିଏମକୁ ଝଟକା, ନୂଆ ଗ୍ରାହକ ଯୋଡିବା ଉପରେ ଲାଗିଲା ରୋକ୍

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପେଟିଏମ୍ ଉପରେ ରୋକ୍ ଲଗାଇଛନ୍ତି । ଏଣିକି ଏହି ପେଟିଏମ୍ ବ୍ୟାଙ୍କ ନୂଆ ଗ୍ରାହକ ଯୋଡିପାରିବ ନାହିଁ । ଆରବିଆଇ ଏପରି ଆଦେଶ ଦେବା ପୂର୍ବରୁ ମେଟେରିଆଲ ସୁପରଭାଇଜର ସହିତ ଜଡିତ ଅନେକ ପ୍ରସଙ୍ଗ ଉପରେ ଚିନ୍ତାବ୍ୟକ୍ତ କରିଥିଲା । ଏପରି ଚିନ୍ତାବ୍ୟକ୍ତ ସେତେବେଳେ କରାଯାଏ ଯେତେବେଳେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କମ୍ପାନୀର ସୁରକ୍ଷା ସଂପର୍କିତକୁ ନେଇ କୌଣସି ସନ୍ଦେହ ପ୍ରକାଶ ପାଏ ।

ଆରବିଆଇ ଏବେ ବ୍ୟାଙ୍କିଙ୍ଗ ଆକ୍ଟ ୧୯୪୯, ସେକ୍ସନ ୩୫ଏ ଆଧାରରେ ପେଟିଏମ୍ ବ୍ୟାଙ୍କକୁ ନୂଆ ଗ୍ରାହକ ଯୋଡିବାରେ ରୋକ୍ ଲଗାଇଛିା ଏଥିସହ ଇନକମ୍ ଟ୍ୟାକ୍ସ ଅଡିଟ୍ କରିବାକୁ ଆଦେଶ ଦେଇଛି ଆରବିଆଇ । ଏହି ଅଡିଟ୍ ଜରିଆରେ କଣ ରହିଛି କାରଣ ଜଣାପଡିବ । ଏହାପରେ ନୂଆ ଗ୍ରାହକ ଯୋଡିବାକୁ ଅନୁମତି ମିଳିପାରେ ।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୦୧୬ରେ ତିଆରି ହୋଇଥିବା ଏହି ପେଟିଏମ୍ ୨୦୧୭ରେ ପରିଚାଳନା ଆରମ୍ଭ ହୋଇଥିଲା । ମୁଖ୍ୟତଃ ଦେଶରେ ବିମୁଦ୍ରିକରଣ ବେଳେ ଏହି କମ୍ପାନୀ ଅନେକ ଲୋକଙ୍କ ମୋବାଇଲରେ ଉପସ୍ଥିତି ଜାହିର କରିଥିଲାା ଏହାପରେ ଡିସେମ୍ବର ୨୦୨୧ରେ ପେମେଣ୍ଟ ବ୍ୟାଙ୍କ ଭାବେ ନୂଆ ଲାଇସେନ୍ସ ପାଇଛିା ଏହି ପେମେଣ୍ଟ ବ୍ୟାଙ୍କର ପ୍ରତିଷ୍ଠାତା ହେଉଛନ୍ତି ବିଜୟ ଶେଖର ଶର୍ମା । ମୋଟ୍ ସେୟାରର ୫୧ ପ୍ରତିଶତ ତାଙ୍କ ନାମରେ ରହିଛିା

Comments are closed, but trackbacks and pingbacks are open.