Latest Odisha News

BREAKING NEWS

‘ଏଲିଏନ୍’ ପରି ଏକ ସନ୍ତାନକୁ ଜନ୍ମ ଦେଲେ ମହିଳା, ଯାହାକୁ ଦେଖି ଡାକ୍ତରମାନଙ୍କର ମଧ୍ୟ ଉଡ଼ିଗଲା ହୋସ୍

ନୁଆଦିଲ୍ଲୀ: ଜଣେ ମା ପାଇଁ ତାର ସନ୍ତାନ ହେଉଛି ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ସବୁଠାରୁ ସୁନ୍ଦର ଉପହାର । ପିଲାଟି ଯେପରି ହେଉନା କାହିଁକି, ପ୍ରସବ କରୁଥିବା ମା ଏହାକୁ ଦୁନିଆର ସମସ୍ତ ଅସୁବିଧାରୁ ରକ୍ଷା କରିବାରେ ଆଗରେ ରହିଥାଏ । କିନ୍ତୁ ଯେତେବେଳେ ଈଶ୍ୱର ସନ୍ତାନକୁ ଏକ ଅଜବ ରୋଗ କିମ୍ବା ସମସ୍ୟା ସହିତ ପୃଥିବୀକୁ ପଠାନ୍ତି, ସେତେବେଳେ ଏକ ମାତାର ହୃଦୟ ଅଧିକ ଭାଙ୍ଗିଯାଏ । ପ୍ରତ୍ୟେକ ଗର୍ଭବତୀ ମହିଳା ଚାହାଁନ୍ତି ଯେ, ତାଙ୍କ ଶିଶୁ ସୁସ୍ଥ ରୁହନ୍ତୁ  । କିନ୍ତୁ କେତେକ ଶିଶୁ ଏପରି ଜନ୍ମଗତ ଦୋଷ ସହିତ ଜନ୍ମ ହୁଅନ୍ତି, ଡାକ୍ତରମାନେ ମଧ୍ୟ ସେମାନଙ୍କର ସମସ୍ୟା ବୁଝିବାରେ ବିଫଳ ହୁଅନ୍ତି ।

ତେବେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଶିଶୁ ଦେଖାଯାଉଛି, ଯିଏ କି ବହୁତ ଅଦ୍ଭୁତ ଜନ୍ମଗତ ଦୋଷରେ ଜନ୍ମ ହୋଇଛି । ଏହା ଦେଖିବା ପରେ ମାତାର ହୃଦୟ ମଧ୍ୟ ଚକିତ ହୋଇଛି । ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ, ଶିଶୁର ମୁହଁରୁ ସାରା ଶରୀର ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଧଳା ହୋଇଯାଇଛି । ଶିଶୁର ଶରୀରରେ ଅନେକ ଖାଲ ମଧ୍ୟ ଦେଖାଯାଉଛି । ଶୀଶୁଟିର ଆଖି ଓ ପାଟି ଲାଲ ରଙ୍ଗର ହୋଇଥିବା ବେଳେ ସମଗ୍ର ଶରୀର ଧଳା ସିମେଣ୍ଟରେ ଆଚ୍ଛାଦିତ ହୋଇଥିବା ପରି ଦେଖିବାକୁ ମିଳିଛି ।

କହିବାକୁ ଗଲେ ପିଲାଟି ଏକ ଏଲିଏନ୍ ପରି ଦେଖାଯାଉଛି । ସେ ନା ନିଜ ପାଟି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସକ୍ଷମ ହେଉଛି ନା ଆଖି ଖୋଲିବାକୁ ସକ୍ଷମ ହେଉଛି । ଏହି ଭିଡିଓ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବାସ୍ତବରେ ଶିଶୁର Harlequin ichthyosis ନାମକ ଏକ ଜେନେଟିକ୍ ରୋଗ ଅଛି । ଏହି ରୋଗ ଚର୍ମ ଉପରେ ଖରାପ ପ୍ରଭାବ ପକାଇଥାଏ ।

ଏହି  ରୋଗରେ ପୀଡିତ ଶିଶୁମାନେ ସମୟ ପୂର୍ବରୁ ଜନ୍ମ ହୋଇଥାନ୍ତି । ସେମାନଙ୍କ ଶରୀରର ଅଧିକାଂଶ ଅଂଶ ମୋଟା ଏବଂ କଠିନ ଚର୍ମରେ ଆଚ୍ଛାଦିତ, ଯେଉଁଥିରେ ଫାଟ ଦେଖାଯାଏ । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କି, ଏହି ରୋଗର କୌଣସି ଉପଶମ ନାହିଁ । ଭିଡିଓରେ ଦେଖାଯାଇଥିବା ଶିଶୁର ମଧ୍ୟ ସମାନ ଜେନେଟିକ୍ ରୋଗ ରହିଛି ।

 

Leave A Reply

Your email address will not be published.