Latest Odisha News

BREAKING NEWS

ପ୍ରେମ ପାଇଁ ଦକ୍ଷିଣ କୋରିଆରୁ ଭାରତ, ଗୁରୁଦ୍ଵାରରେ କଲେ ବିବାହ

ଶାହାଜାନପୁର: ପ୍ରେମ କୌଣସି ବାଧା ବନ୍ଧନ କିମ୍ବା ସୀମାକୁ ମାନେ ନାହିଁ । କୌଣସି ଭୌଗଳିକ ସୀମା ଦୁଇ ପ୍ରେମୀ ହୃଦୟକୁ ଅଳଗା କରି ରଖି ପାରେନି । ଏ କଥା ପୁଣି ଥରେ ସତ ସାବ୍ୟସ୍ତ ହୋଇଛି । ସାତ ଦରୀଆ ତେର ନଇ ଡେଇଁ ଦକ୍ଷିଣ କୋରିଆରୁ ଭାରତ ଆସି ପହଞ୍ଚିଛନ୍ତି ପ୍ରେମିକା । ଉତ୍ତରପ୍ରଦେଶର ସୁଖଜିତ ଓ କୋରିଆର ଯୁବତୀ କିମଙ୍କ ପ୍ରେମ କାହାଣୀ ଏବେ ସପଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ପାକିସ୍ତାନର ସୀମା ଏବଂ ଭାରତ ଅଞ୍ଜୁ ପରେ ଏବେ ଆଉ ଜଣେ ଦକ୍ଷିଣ କୋରିଆ ଯୁବତୀ ଏବେ ଚର୍ଚ୍ଚାରେ । ଯୁବତୀ ଜଣକ ଦକ୍ଷିଣ କୋରିଆରୁ ଆସି ଉତ୍ତରପ୍ରଦେଶର ପ୍ରେମିକଙ୍କୁ ବିବାହ କରିଛନ୍ତି । ଦକ୍ଷିଣ କୋରିଆ ନିବାସୀ ୩୦ ବର୍ଷୀୟ କିମ୍ ବୋହ୍ ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲା ଅନ୍ତର୍ଗତ ପୁୱାୟାଁସ୍ଥିତ ଗୁରୁଦ୍ବାର ନାନକ ବାଗରେ ପ୍ରେମିକ ସୁଖଜିତ୍ ସିଂଙ୍କୁ ବିବାହ କରିଛନ୍ତି । ବିବାହରେ ବର-କନ୍ୟାଙ୍କ ପକ୍ଷରୁ ସଂପର୍କୀୟ ଉପସ୍ଥିତ ଥିଲେ ।

ଗତ ୪ ବର୍ଷ ହେବ ଦୁହେଁ ଦକ୍ଷିଣ କୋରିଆରେ ‘ଲିଭ୍‌-ଇନ୍‌’ ସାଥୀ ଭାବେ ରହୁଥିଲେ । ୨୮ ବର୍ଷିୟ ପ୍ରେମିକ ସୁଖଜିତ୍‌ ସିଂ ସେତେବେଳେ ଦକ୍ଷିଣ କୋରିଆର ବୁସେନରେ ଗୋଟାଏ କଫି ଦୋକାନରେ ବିଲିଙ୍ଗ୍ କାଉଣ୍ଟରରେ କାମ କରୁଥିଲେ । ସେଠାରେ ୩୦ ବର୍ଷୀୟ କିମ୍‌ ବୋହ୍‌ ନାମକ ଜଣେ ଯୁବତୀଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। କିମ୍‌ ବୋହଙ୍କ ସହିତ କଥାବାର୍ତ୍ତା କରିବା ଲାଗି ମାତ୍ର ଅଳ୍ପ କେତେ ମାସ ଭିତରେ କୋରୀୟ ଭାଷା ଶିଖିଥିଲେ ସୁଖଜିତ୍‌ । ଏନେଇ ସୁଖଜିତ୍‌ ସିଂହ କହିଛନ୍ତି, କିମ୍‌ ଓ ମୋ ଭିତରେ ଥିବା ଭାବବିନିମୟ ସମସ୍ୟା ଦୂର କରିବା ଲାଗି ମୁଁ ୨/୪ ମାସ ଭିତରେ କୋରୀୟ ଭାଷା ଶିଖିଗଲି । ପରିବାର ଲୋକଙ୍କ ସମ୍ମତିକ୍ରମେ ୪ ବର୍ଷ ଏକତ୍ର ରହିବା ପରେ ଆମେ ବିବାହ କରିବାକୁ ନିଷ୍ପତ୍ତି ନେଲୁ । ଦୁହେଁ ୧୮ ଅଗଷ୍ଟରେ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ ।

ଭାରତରେ ରହିବା ପାଇଁ କିମ୍ ବୋହ୍ ୫ ବର୍ଷ ପାଇଁ ଭିସା ପାଇଛନ୍ତି । ଭାରତର ସଂସ୍କୃତି ଏବଂ ରୀତିନୀତି କିମଙ୍କୁ ବହୁତ ପସନ୍ଦ । ୩ ମାସ ପାଇଁ ଭାରତକୁ ଆସିଛନ୍ତି କିମ୍‌ । ଏହାପରେ ସେ ଦକ୍ଷିଣ କୋରିଆ ଫେରିଯିବେ । ପୁଣିଥରେ ପରେ ଭାରତ ଫେରିବା ପରେ ପତ୍ନୀଙ୍କ ସହିତ ସୁଖଜିତ ଦକ୍ଷିଣ କୋରିଆ ଫେରିଯିବେ ।

Leave A Reply

Your email address will not be published.