Latest Odisha News

BREAKING NEWS

ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲଣକାରୀ, ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ବରଗଡ଼ :  ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର । ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲଣକାରୀ । ଡିଲ୍ ଚାଲିଥିବା ବେଳେ ବଜ୍ରକାପ୍ତା ଚାଲଣକାରୀଙ୍କୁ ବରଗଡ ବନ ବିଭାଗ ସହାୟତାରେ ଗିରଫ କଲା ଏସଟିଏଫ । ସୂଚନା ଅନୁସାରେ ଖାନୁସେମନ୍ ଦେବୀ ମନ୍ଦିର ରାସ୍ତା କଡରେ ଡିଲ୍ ଚାଲିଥିବା ବେଳେ ବିଶେଶ ସୁତ୍ରରୁ ପାଇ ଘଟଣା ସ୍ଥଳରେ ପହଁଞ୍ଚିଥିଲା ଏସଟିଏଫ୍ ।

ସେଠାରେ ଜଗତ ଥେଲା ନାମକ ଜଣେ ଚୋରା ଚାଲଣକାରୀକୁ ଗିରଫ କରିଛି ଏସଟିଏଫ । ସୂଚନା ଅନୁସାରେ ୨୦୨୦ରେ ଏସଟିଏଫ୍ ୨୨ଟି ଚିତାବାଘ ଛାଲ ,୧୨ଟି ହାତୀ ଦାନ୍ତ, ୭ଟି ହରିଣ ଚମଡା,୯ ଟି ଜୀବନ୍ତ ବଜ୍ରକାପ୍ତା ଏବଂ୧୫ କେଜିର ବଜ୍ରକାପ୍ତା କାତି ଏବଂ ୫୨ ଜଣ ଅପରାଧିଙ୍କୁ ଗିରଫ କରିଛି ।

Leave A Reply

Your email address will not be published.