Latest Odisha News

ବଡ଼ ଠାକୁରଙ୍କୁ ରାକ୍ଷୀ ପିନ୍ଧାଇବେ ମା’ ସୁଭଦ୍ରା: ଦେଖନ୍ତୁ ଭିଡ଼ିଓ କିପରି ପ୍ରସ୍ତୁତ ହେଉଛି ‘ପାଟରାକ୍ଷୀ’

ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳିତ ହେବ ରକ୍ଷା ବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ। ଏଥିପାଇଁ ଚାଲିଛି ପ୍ରସ୍ତୁତି। ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ପାଇଁ ରାକ୍ଷୀ ପ୍ରସ୍ତୁତିରେ ଲାଗିଛନ୍ତି ପାଟରା ବିଷୋୟୀ ସେବାୟତ।

ରଙ୍ଗ ବେରଙ୍ଗ ବାସୁଙ୍ଗୀ ପାଟରେ ତିଆରି ହେଉଛି ୪ଟି ବଡ଼ ରାକ୍ଷୀ। ବଡ଼ ଭାଇ ବଳଭଦ୍ରଙ୍କ ପାଇଁ ବାଇଗଣୀ ଓ ନୀଳ ରଙ୍ଗରେ ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ହଳଦିଆ ଓ ନାଲି ରଙ୍ଗରେ ପ୍ରସ୍ତୁତ ହେଉଛି ରାକ୍ଷୀ। ଏହାସହ ୫୪ଟି ଗୁଆରେ ପ୍ରସ୍ତୁତ ହେଉଛି ଗୁଆମାଳ। ସେହିପରି ପାର୍ଶ୍ୱ ଦେବଦେବୀଙ୍କ ପାଇଁ ମଧ୍ୟ ରାକ୍ଷୀ ପ୍ରସ୍ତୁତ କରିଥାଆନ୍ତି ପାଟରା ବିଷୋୟୀ ସେବାୟତ।

ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିର ଗାରଦରେ ଦିଆଯିବା ପରେ ସଂହାରୀ ସେବାୟତମାନେ ଏହି ରାକ୍ଷୀକୁ ମହାପ୍ରଭୁଙ୍କ ବାହୁରେ ଲଗାଇବାର ପରମ୍ପରା ରହିଛି।

ରାକ୍ଷୀ ପୂର୍ଣ୍ଣିମା ହେଉଛି ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମତିଥି । ରୋହିଣୀଙ୍କ ଗର୍ଭରୁ ଶ୍ରୀବଳରାମ ଏହି ଦିନ ଜନ୍ମଗ୍ରହଣ କରିଥିଲେ । ପାରମ୍ପରିକ ନୀତି ଅନୁସାରେ ଶ୍ରୀମନ୍ଦିରରେ ପାଟରା ବିଶୋଇ ସେବକମାନେ ଏହି ପାରମ୍ପରିକ ଉତ୍ସବର ଦାୟିତ୍ୱ ତୁଲାଇବେ। ରାକ୍ଷୀ ପ୍ରସ୍ତୁତ ପରେ ଆସନ୍ତାକାଲି ସାନଭଉଣୀ ସୁଭଦ୍ରା ବଡ଼ଭାଇ ମାନଙ୍କୁ ‘ପାଟରାକ୍ଷୀ’ ପିନ୍ଧାଇବେ।

କିପରି ପ୍ରସ୍ତୁତ ହେଉଛି ଏହି ରାକ୍ଷୀ ଦେଖନ୍ତୁ…

 

Comments are closed.