Latest Odisha News

BREAKING NEWS

ଏୟାର ଇଣ୍ଡିଆର ‘ବନ୍ଦେ ଭାରତ ମିଶନ’ ଫ୍ଲାଇଟ୍ ଉପରେ ହଂକଂର ପ୍ରତିବନ୍ଧକ

ନୂଆଦିଲ୍ଲୀ: ବିଦେଶରେ କାମ କରୁଥିବା ଭାରତୀୟଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଆରମ୍ଭ ବନ୍ଦେ ଭାରତ ମିଶନ ଫ୍ଲାଇଟ୍ ଉପରେ ହଂକଂ ପ୍ରତିବନ୍ଧକ ଲଗାଇଛି ।

ସୂଚନାନୁଯାୟୀ, କରୋନା ଭାଇରସ୍ ସମ୍ପର୍କିତ ମାମଲାକୁ ନେଇ ବନ୍ଦେ ଭାରତ ମିଶନ ଫ୍ଲାଇଟ୍ ଉପରେ ରୋକ ଲଗାଯାଇଛି । ଗତ ଅଗଷ୍ଟ ୧୪ରେ ଦିଲ୍ଲୀରୁ ହଂକଂ ଅଭିମୁଖେ ଯାଇଥିବା ଏୟାର ଇଣ୍ଡିଆ ବିମାନରୁ ପ୍ରାୟ ୧୧ ଜଣ ଯାତ୍ରୀ କରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା ।

ଯାହା ପରେ ସରକାର ପ୍ରତିବନ୍ଧକ ଲଗାଇଥିବା ଜଣାପଡିଛି ।

ତେବେ ହଂକଂରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବା ବେଳେ ସେଠାରେ ଲକଡାଉନ୍ ଲାଗୁ କରାଯାଇନାହିଁ । ମୋଟ୍ ୪୫୨୫ କରୋନା ପଜିଟିଭ ରହିଥିବା ବେଳେ ୬୯ ଜଣ ମୃତ୍ୟୁ ବରଣ କରିଛନ୍ତି । ଏଥିସହିତ ୩୫୯୯ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.