Latest Odisha News

BREAKING NEWS

‘ଓସ୍କାର ୨୦୨୧’ ଦୌଡ଼ରେ ସାମିଲ୍‌ ହେଲା ବିଦ୍ୟାଙ୍କ ଅଭିନୀତ ଏହି ଫିଲ୍ମ

ନୂଆଦିଲ୍ଲୀ: ଏମିତି ଅନେକ ସିନେମା ଅଛି ଯାହା ଯାହା ଡିଜିଟାଲ୍ ପ୍ଲାଟଫର୍ମରେ ଷ୍ଟ୍ରିମ୍ ହୋଇ ଆନ୍ତର୍ଜାତୀୟ ସ୍ତରରେ ଦର୍ଶକଙ୍କୁ ପ୍ରଭାବିତ କରିଥାଏ। ଏହିପରି ଗୋଟିଏ ଚଳଚ୍ଚିତ୍ର ହେଉଛି ବିଦ୍ୟା ବାଲାନଙ୍କ ‘ନଟ୍ଖ‌ଟ୍’ ଯାହା ଗତ ବର୍ଷ ମୁକ୍ତିଲାଭ କରିଥିଲା ​​ଏବଂ ବର୍ତ୍ତମାନ ଏହି ଫିଲ୍ମ ଓସ୍କାରରେ ସ୍ଥାନ ପାଇବାକୁ ଯାଉଛି।

ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ଓସ୍କାର ୨୦୨୧ ରେ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର ବର୍ଗ ଦୌଡ଼ରେ ସାମିଲ୍‌ ହୋଇଛି। ଏଥିରେ ବିଦ୍ୟା ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ‘ନଟ୍‌ଖଟ୍‌’ର ଏକ ପୋଷ୍ଟର ଏବଂ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଖୁସି ବ୍ୟକ୍ତ କରିଛନ୍ତି।

ଏହି ଅଭିନେତ୍ରୀ ଫିଲ୍ମର ଏକ ପୋଷ୍ଟର ସେୟାର କରି ଲେଖିଛନ୍ତି, ‘ନଟ୍‌ଖଟ୍‌’ ଓସ୍କାର ୨୦୨୧  ଦୌଡ଼ରେ ଯୋଗ ଦେଇଥିବାର ଦେଖି ମୁଁ ବହୁତ ଖୁସି। ବିଦ୍ୟା ତାଙ୍କର ଦ୍ୱିତୀୟ ପୋଷ୍ଟରେ ଫିଲ୍ମର ଏକ ସଂକ୍ଷିପ୍ତ କ୍ଲିପ୍ ସେୟାର କରିଛନ୍ତି ଯାହା ‘ନଟ୍‌ଖଟ୍‌’ର କାହାଣୀ ଦେଖିବାକୁ ମିଳିଛି।

Comments are closed.