Latest Odisha News

ଆଦିତ୍ୟ ଦାଶ ମୃତ୍ୟୁ ମାମଲା: ବିଦ୍ୟାଶ୍ରୀଙ୍କ ମା’ ଓ ଭାଇଙ୍କୁ ଜେରା

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ଏଯାଏଁ ଏହି ରହସ୍ୟ ଉପରୁ ପରଦା ହଟିନି । ଏନେଇ ଜୋର୍‌ସୋର୍‌ରେ ପୋଲିସର ତଦନ୍ତ ଚାଲିଛି । ଏହାରି ଭିତରେ ଆଦିତ୍ୟଙ୍କ କିଛି ବନ୍ଧୁ ଓ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜିଆର୍‌ପି ପୋଲିସ ଜେରା କରିସାରିଛି । ତେବେ ଆଜି ବିଦ୍ୟାଶ୍ରୀଙ୍କ ମାଆ ଓ ଭାଇଙ୍କୁ ପୋଲିସ ଜେରା କରୁଛି । କଟକ ଖପୁରିଆ ବାସଭବନରେ ଜିଆରପିର ୪ ଜଣିଆ ଟିମ୍ ଜେରା କରୁଛନ୍ତି ।

ଗତକାଲି ଆଦିତ୍ୟଙ୍କ ମୃତ୍ୟୁ ମାମଲାକୁ ନେଇ ପୁରୁଷୋତ୍ତମ ଏକ୍ସପ୍ରେସର ଲୋକୋ ପାଇଲଟଙ୍କ ବୟାନ ରେକର୍ଡ଼ କରାଯାଇଥିଲା । ଗତ ୬ତାରିଖ ଦିନ କୌଣସି ଦୁର୍ଘଟଣା ହୋଇନଥିବା ଲୋକୋ ପାଇଲଟ ବୟାନ ଦେଇଥିଲେ । କୌଣସି ଲୋକ ସେହି ଦିନ ଆତ୍ମହତ୍ୟା ପାଇଁ ରେଳ ଲାଇନକୁ ଆସିନଥିଲେ ବୋଲି ସେ କହିଥିଲେ । ପୁରୁଷୋତ୍ତମ ଏକ୍ସପ୍ରେସର ଲୋକୋ ପାଇଲଟ ବିଷ୍ଣୁ ଚରଣ ସେଠୀ ଏହା କହିଥିଲେ । ଏହାସହ ଆଦିତ୍ୟଙ୍କ ମୃତ୍ୟୁ ମାମଲାରେ ଅନ୍ୟ ୨ଟି ଟ୍ରେନର ଲୋକୋ ପାଇଲଟଙ୍କ ବୟାନ ରେକର୍ଡ଼ କରାଯିବ ।

ଉଲ୍ଲେଖଯୋଗ୍ୟ ଯେ ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତଦେହ ଗତ ୭ତାରିଖ ଦିନ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ଼ ଷ୍ଟେସନରୁ ମିଳିଥିଲା । ଏଥିସହିତ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଡ଼ିପ୍ରେସନରେ ରହୁଥିବା ଜଣାପଡ଼ିଥିଲା ।

Leave A Reply

Your email address will not be published.