Latest Odisha News

BREAKING NEWS

ବାପାକୁ ପିଟି ପିଟି ମାରିଦେଲା ଡାକ୍ତର ପୁଅ

ଭୁବନେଶ୍ୱର: ବାପାକୁ ପିଟି ମରିଦେଲା ପୁଅ । ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଖଣ୍ଡଗିରି ଥାନା ଜଗମୋହନ ନଗରରେ ଡାକ୍ତର ପୁଅ ବାପାକୁ ପିଟି ପିଟି ମାରିଦେବା ଘଟଣା ରାଜଧାନୀରେ ଚାଂଚଲ୍ୟ ସୃଷ୍ଟି କରିଛି ।

ପରିବାରିକ ଗଣ୍ଡୋଗଳକୁ ନେଇ ନିଜ ବାପାକୁ ହତ୍ୟା କରିଛି ଡାକ୍ତର ପୁଅ । ଅଭିଯୁକ୍ତ ପୁଅକୁ ପୋଲିସ ଗିରଫ କରିଛି । ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଜଣକ ହେଲେ ରଂଜନ କୁମାର ମିଶ୍ର । ସେ ଜଣେ ଆୟୁଷ ଡାକ୍ତର । ତାଙ୍କ ସ୍ତ୍ରୀ ସହ ବାପାର ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ସେ ଏଭଳି କାଣ୍ଡ ଘଟାଇଛନ୍ତି । ରଂଜନକୁ ପୋଲିସ ଗିରଫ କରିବା ସହ ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି ।

Leave A Reply

Your email address will not be published.