Latest Odisha News

BREAKING NEWS

୫୦ ବର୍ଷ ହେବ ଖାଦ୍ୟ ନ ଖାଇ ପାନୀୟରେ ବଂଚି ରହିଛନ୍ତି ୭୫ ବର୍ଷୀୟା ବୃଦ୍ଧା

ନୂଆଦିଲ୍ଲୀ: ବିଶ୍ୱାସ ନ ହେଲେ ବି ଏହା ସତ୍ୟ । ଖାଦ୍ୟ ନ ଖାଇ ଜଣେ ୭୫ ବର୍ଷୀୟା ବୃଦ୍ଧା କେବଳ ପାନୀୟ ସେବନ କରି ବଂଚି ରହିଛନ୍ତି । ଭିଏତନାମାର ବୁଇ ଥି ଲୋଇ ଦୃଢ଼ତା ସହକାରେ କହିଛନ୍ତି ମୁଁ ୫୦ ବର୍ଷ ହେବ କୌଣସି ପ୍ରକାରର କଠିନ ଖାଦ୍ୟ ଖାଇ ନାହିଁ । କେବଳ ପାଣି ଓ ଶର୍କରା ଜାତୀୟ ପାନୀୟ ସେବନ କରି ବଂଚି ରହିଛି । ସେ ସୁସ୍ଥ ଅଛନ୍ତି ଏବଂ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇ ନାହାନ୍ତି ବୋଲି କହିଛନ୍ତି । ୧୯୬୩ରେ ଦେଶରେ ଯୁଦ୍ଧ ଚାଲିଥିବା ବେଳେ ସେମାନେ ଆଘାତପ୍ରାପ୍ତ ସୈନ୍ୟଙ୍କ ସେବା ପାଇଁ ପାହାଡ ଉପରକୁ ଯାଇଥିଲେ । ସେଠାରେ ତାଙ୍କ ଉପରେ ବିଜୁଳି ମାଡ ହୋଇଥିଲା । ସେ ବଂଚି ଯାଇଥିଲେ ମଧ୍ୟ କିଛି ଦିନ ବେହୋଶ ରହିଥିଲେ ।

ଏହା ପରେ ସେ ପାନୀୟ ଦ୍ରବ୍ୟ ସେବନ କରି ବଂଚି ରହିଛନ୍ତି । ଅନେକ ଥର ଚେଷ୍ଟା କରିଥିଲେ ମଧ୍ୟ ସେ କଠିନ ଖାଦ୍ୟ ଖାଇ ପାରି ନ ଥିଲେ । ଶେଷରେ ୧୯୭୦ ପରଠାରୁ ଆଉ କଠିନ ଖାଦ୍ୟ ଖାଇ ନ ଥିଲେ । କୌଣସି ପ୍ରକାର ସନ୍ତୁଳିତ ଖାଦ୍ୟ ନ ଖାଇଥିଲେ ମଧ୍ୟ ସେ ସୁସ୍ଥ ରହିବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ ଘଟଣା ବୋଲି ଡାକ୍ତରମାନେ କହିଛନ୍ତି ।

Leave A Reply

Your email address will not be published.