ଭୁବନେଶ୍ୱର: ମୟୁରଭଞ୍ଜ ଜିଲ୍ଲା ସ୍ଥିତ ନେସ୍କୋର କପ୍ତିପଦା ସେକସନର ଜୁନିଅର ମ୍ୟାନେଜର ଅଶ୍ୱିନୀ କୁମାର ଦାସ ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।
ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର କପ୍ତିପଦା ଥାନା ଅନ୍ତର୍ଗତ ଜନକପୁର ଗ୍ରାମର ଶିଶିର କୁମାର ନାୟକଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ଜୁନିଅର ମ୍ୟାନେଜରଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ଯିଏକି ନେସ୍କୋର କପ୍ତିପଦା ସେକସନର ପ୍ରାଇଭେଟ୍ ଡ୍ରାଇଭର ଭାବେ କାର୍ଯ୍ୟରତ।
ଅଭିଯୋଗକାରୀଙ୍କ କହିବାନୁସାରେ, ଏକ ବିଲରେ ଦସ୍ତଖତ କରିବା ଲାଗି ସେ ତାଙ୍କୁ ୧୩୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସେ ଭିଜିଲାନ୍ସକୁ ଜଣାଇଥିଲେ । ପରେ ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ଶ୍ରୀ ଅଧିକାରୀଙ୍କ ଅଫିସ୍ ଚାମ୍ବରରେ ଧରି ପକାଇଥିଲେ ।
ତେବେ ଏନେଇ ଏକ ମାମଲା ରୁଜୁ ହେବା ସହ ତଦନ୍ତ ଜାରି ରହିଛି ।
Comments are closed.