Latest Odisha News

BREAKING NEWS

ହଲିଉଡ ପ୍ରୋଜେକ୍ଟରେ ମାଲାମାଲ୍ ପ୍ରିୟଙ୍କା ଚୋପ୍ରା !

ଭୁବନେଶ୍ୱର: ପ୍ରିୟଙ୍କା ଚୋପ୍ରାଙ୍କ ପାଦ ଆଉ ତଳେ ଲାଗୁନି । କାହିଁକି ନା ତାଙ୍କ ପାଖରେ ରହିଛି ଏକ ସେ ବଢକର ଏକ ହଲିଉଡ ପ୍ରୋଜେକ୍ଟ । ଏପରି ସ୍ଥିତିରେ ବଲିଉଡ ଫିଲ୍ମ ପାଇଁ ସେ ଆଉ ଏତେଟା ଚିନ୍ତିତ ନାହାନ୍ତି । ଗୋଟପଟେ ସ୍ୱାମୀ ନିକ ଜୋନାସଙ୍କ ହୋମ୍ ପ୍ରଡକ୍ସନ ତ ସେପଟେ ପ୍ରିୟଙ୍କାଙ୍କ ପାଖରେ ହଲିଉଡ ପ୍ରୋଜେକ୍ଟର ଅଭାବ ନାହିଁ ।

ଖୁବଶୀଘ୍ର ଅଭିନେତ୍ରୀ ପ୍ରିୟଙ୍କାଙ୍କୁ ହଲିଉଡ ପ୍ରୋଜେକ୍ଟ We Can be Heroesରେ ଦେଖିବାକୁ ମିଳିବ । ଏହି ସୁପରହିରୋ ଡ୍ରାମାରେ ପେଡ୍ରୋ ପାସ୍କାଲ ଓ ଖ୍ରିଷ୍ଟେନ୍ ସ୍ଲେଟରଙ୍କ ଭଳି ହଲିଉଡ କଳାକାର ବି ନଜର ଆସିବେ । ନିକଟରେ ପ୍ରିୟଙ୍କା ଏହି ସିରିଜର ଫାଷ୍ଟ ଲୁକ୍ ସୋସିଆଲ୍ ମିଡିଆରେ ସେୟାର କରିଥିଲେ ।

ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଜାନୁଆରୀ୧ରେ ଏହି ସିରିଜଟି ରିଲିଜ୍ ହେବ । ଏଥିରେ ସାର୍କବୟ ଓ ଲାଭାଗାର୍ଲ ଭଳି ସୁପରହିରୋ କିର୍ଦାର ଥିବାବେଳେ ପ୍ରିୟଙ୍କା ସେମାନଙ୍କ ନିର୍ଦ୍ଦେଶକ ସାଜିବେ । ତା ଛଡା ସିରିଜରେ ଏଲିଅନ୍ ଟୁଇଷ୍ଟ ବି ରହିଛି ।

ଏହି ହଲିଉଡ ପ୍ରୋଜେକ୍ଟକୁ ବାଦ୍ ଦେଲେ ରାଜକୁମାର ରାଓ ଓ ଆଦର୍ଶ ଗୌରଭଙ୍କ ସହ ପ୍ରିୟଙ୍କାଙ୍କୁ ଦ ହ୍ୱାଇଟ୍ ଟାଇଗର ଫିଲ୍ମରେ ବି ଦେଖିବାକୁ ମିଳିବ । ଅନ୍ୟପଟେ ବର୍ଲିନରେ ସେ ମାଟ୍ରିକ୍ସ-୪ର ସୁଟିଂ ସାରିଥିଲାବେଳେ ଆଉ ଏକ ହଲିଉଡ ପ୍ରୋଜେକ୍ଟରେ ବି ସାମିଲ ଅଛନ୍ତି ।

Leave A Reply

Your email address will not be published.