Latest Odisha News

BREAKING NEWS

ଭିଜିଲାନ୍ସ ପଞ୍ଝାରେ ଟିଟିଲାଗଡ଼ ରେଞ୍ଜର ଶିବ ପ୍ରସାଦ ଦାସ

ବଲାଙ୍ଗୀର :  ଭିଜିଲାନ୍ସ ଜାଲରେ ପଡ଼ିଲେ ରେଞ୍ଜର ଶିବପ୍ରସାଦ ଦାସ  । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ ରେଞ୍ଜରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ। ଏକ କାଳୀନ ଚାରୋଟି ସ୍ଥାନରେ ଭିଜିଲାନ୍ସର ଟିମ୍ ଚଢାଉ କରିଛି । ବଲାଙ୍ଗୀର, ସମ୍ବଲପୁର, ବରଗଡ ଓ ସୋନପୁର ରେ ଭିଜିଲାନ୍ସର ଚଢ଼ାଉ ଜାରି ରହିଛି। କୋଟି କୋଟି ଟଙ୍କାର ଘର ଜମି ତଥା ବହୁ ଵ୍ୟାଙ୍କର ପାସବୁକ୍ ସହ ନଗଦ ଟଙ୍କା ଜବତ କଲା ଭିଜିଲାନ୍ସ ଟିମ୍‌ ।

ତେବେ ଗତ ବର୍ଷ ଶିବ ପ୍ରସାଦ ନାୟକ ସୋନପୁର ଜିଲ୍ଲା ଉଲୁଣ୍ଡାରେ ଥିବା ସମୟରେ ତାଙ୍କ ନାଁରେ ଏହି ମାମଲା ରୁଜୁ ହୋଇଥିବା ବେଳେ ଆଜି ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ କରିଛି ଭିଜିଲାନ୍ସ। ଯେଉଁଥିରେ ସଂପୃକ୍ତ ରେଞ୍ଜରଙ୍କ ଟିଟିଲାଗଡ ସ୍ଥିତ କାର୍ଯ୍ୟାଳୟ, ଟିଟିଲାଗଡ ସ୍ଥିତ ସରକାରୀ ଆବାସ ଓ ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମ୍ ପାଖରେ ଥିବା ପୈତୃକ ଘର ସହ ଏକ କାଳୀନ ଚାରୋଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି ।

Comments are closed.