Latest Odisha News

BREAKING NEWS

ଲଖନପୁର ଜେଇଙ୍କୁ ଧରିଲା ଭିଜିଲାନ୍ସ; ୨୫ ହଜାର ଲାଞ୍ଚ ଜବତ

ଭୁବନେଶ୍ୱର: ଝାରସୁଗୁଡ଼ାର ଲଖନପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଜେଇ ଜଣେ ସପ୍ଲାୟର ପାଖରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଲଖନପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଟିକେନାଥ ଭଇଁଷା।

ଏହି ବ୍ଲକରେ ବିଭିନ୍ନ ସାମଗ୍ରୀ ଯୋଗାଉଥିବା ଏହି ସପ୍ଲାୟର କୋଶଲ ବେହେରା ତାଙ୍କ ବିଲ ପାସ କରି ଦେବା ପାଇଁ ଅଭିଯୁକ୍ତ କନିଷ୍ଠ ଯନ୍ତ୍ରୀ ୫୦ ହଜାର ଟଙ୍କା ଲାଞ୍ଚ ଦାବି କରୁଥିଲେ।

ଏନେଇ ଅଭିଯୋଗକାରୀ ଭିଜିଲାନ୍ସ ଏସପିଙ୍କୁ ଲିଖିତ ଅଭିଯୋଗ କରିଥିଲେ । ପରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଚଢ଼ାଉ କରାଯାଇଥିଲା ଓ କନିଷ୍ଠ ଯନ୍ତ୍ରୀ ରସାୟନ ବୋଳା ଟଙ୍କା ଗ୍ରହଣ କରୁଥିବା ବେଳେ ଛପି ରହିଥିବା ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରା ହୋଇଥିଲେ।

ଏହି ଚଢ଼ାଉରେ ଝାରସୁଗୁଡ଼ା, ରାଉରକେଲାର ଭିଜିଲାନ୍ସ ଅଧିକାରୀ ମାନେ ଅଂଶଗ୍ରହଣ କରିଥିଲେ। କନିଷ୍ଠ ଯନ୍ତ୍ରୀଙ୍କ ସୁନ୍ଦରଗଡ଼ ମିଶନ ରୋଡ଼ରେ ଥିବା ବାସଭବନ ଓ ଲଖନପୁର ସରକାରୀ କ୍ୱାର୍ଟରରେ ଭିଜିଲାନ୍ସ ଅଧିକାରୀ ମାନେ ଚଢ଼ାଉ କରିଛନ୍ତି।

Comments are closed.