Latest Odisha News

BREAKING NEWS

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଫାଣ୍ଡି ଅଧିକାରୀ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ଟାପଢୋଲ ଫାଣ୍ଡି ଅଧିକାରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ଲାଞ୍ଚ ନେଇ ଧରାପଡିଥିବା ପୋଲିସ ବାବୁ ଜଣକ ହେଉଛନ୍ତି ଫାଣ୍ଡି ଏଏସଆଇ ଗଜେନ୍ଦ୍ର ବେହେରା।

ପ୍ରାପ୍ତ ସୂଚନାନୁଯାୟୀ ଟାପଢୋଲ ଗ୍ରାମର ଜଗନ୍ନାଥ ବେହେରାଙ୍କ ଏକ ମାରପିଟ୍ ମାମଲା ଫାଣ୍ଡିରେ ହୋଇଥିଲା। ଏହି ମାରପିଟ୍ ମାମଲାକୁ ରଫାଦଫା କରିବା ପାଇଁ ଫାଣ୍ଡି ବାବୁ ଜଗନ୍ନାଥଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଉକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ତେବେ ଫାଣ୍ଡି ବାବୁ ଜଗନ୍ନାଥ ବେହେରାଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଟଙ୍କା ସହ ଗିରଫ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Comments are closed.