Latest Odisha News

BREAKING NEWS

ସମ୍ବଲପୁର ଧନକଉଡା ବିଇଓ କାର୍ଯ୍ୟାଳୟ ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ୱଲପୁର ଜିଲ୍ଲା ଧନକଉଡା ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ମୁଖ୍ୟ କିରାଣି ଦିଲ୍ଲୀପ ଦେବଙ୍କ ଘରେ ଚଢ଼ାଉ ହୋଇଛି । ଏକକାଳୀନ ୨ଟି ସ୍ଥାନରେ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ । ଚଢାଉ ସମୟରେ ଗୋଟିଏ କୋଠାଘର, ୨ଟି ପ୍ଲଟ, ଗୋଟିଏ ଚାରି ଚକିଆ ଗାଡ଼ି, ୨ଟି ଦୁଇ ଚକିଆ ଗାଡ଼ି ଜବତ ହୋଇଛି ।

ଏଥିସହ ଅଳଙ୍କାର ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ସୂଚନା ମିଳିଛି । ରେଡ୍ ସରିବା ପରେ ଜଣା ପଡିବ ଦିଲ୍ଲୀପ ଦେବଙ୍କ ଆୟ ବହିର୍ଭୂତ ସମ୍ପତ୍ତି କେତେ ରହିଛି । ୩ ଜଣ ଡିଏସପି, ୩ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଭିଜିଲାନ୍ସର ୨ଟି ଟିମ୍ ଏହି ଚଢ଼ାଉ କରିଛନ୍ତି ।

Comments are closed.