Latest Odisha News

BREAKING NEWS

କଟକ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ରେଡ୍

କଟକ: ଭିଜିଲାନ୍ସ ଜାଲରେ କଟକ ସ୍ଥିତ ମୁଖ୍ୟ ବନ ସଂରକ୍ଷକଙ୍କ (କେନ୍ଦୁଲିଫ୍) କାର୍ଯ୍ୟାଳୟର ବରିଷ୍ଠ କିରାଣୀ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ 4ଟି ସ୍ଥାନରେ ଚଢ଼ାଉ ଚାଲିଛି । ତାଙ୍କ ନାଁ ଦିଲୀପ କୁମାର ଜେନା ।  ଭୁବନେଶ୍ୱର ଘାଟିକିଆରେ ଥିବା ଫରେଷ୍ଟ ଟ୍ରେନିଂ କଲେଜ ପରିସରରେ ଥିବା ଆବାସିକ କ୍ୱାର୍ଟରରେ ଚଢ଼ାଉ କରିଛି ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ।

ସେହିପରି ଜାଗମରାରେ ମଲ୍ଲିକ କମ୍ପ୍ଲେକ୍ସରେ ଥିବା ତିନି ମହଲା କୋଠା, ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆରେ ପୈତୃକ ଘର ଓ କଟକ ସ୍ଥିତ ମୁଖ୍ୟ ବନ ସଂରକ୍ଷକଙ୍କ କାର୍ଯ୍ୟାଳୟରେ ଥିବା ଚାମ୍ପରରେ ଏକକାଳୀନ ପଞ୍ଝା ମାରିଛି ଭିଜିଲାନ୍ସ ଟିମ୍ ।

ବର୍ତ୍ତମାନ ସୁଦ୍ଧା ଦିଲ୍ଲୀପ ଜେନାଙ୍କ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଚି ତାହା ସ୍ପଷ୍ଟ ହୋଇନି । ଭିଜିଲାନ୍ସ ଟିମ୍ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ସୂଚନା ମିଳିଛି । ଭୁବନେଶ୍ୱର ଭିଜିଲାନ୍‌ସ୍‌ର ସ୍ୱତନ୍ତ୍ର ଜଜ୍‌ଙ୍କଦ୍ୱାରା ଜାରି ଓ୍ଵାରେଣ୍ଟ୍‌ ନମ୍ବର ୪/୨୧ ବଳରେ ଦିଲୀପ କୁମାର ଜେନାଙ୍କ ଘରେ ରେଡ୍ ହୋଇଛି ।

Leave A Reply

Your email address will not be published.