Latest Odisha News

BREAKING NEWS

ଭ୍ୟାକ୍ସିନ୍ ଅଭାବ, ରାଜ୍ୟର ୨ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ମାଗୁଛି ଓଡ଼ିଶା, ଦେଉନି କେନ୍ଦ୍ର । ବାରମ୍ବାର କୋଭିଡ୍ ଟିକା ଯୋଗାଣ ନେଇ ଓଡ଼ିଶା ଅନୁରୋଧ କରୁଥିବା ବେଳେ ପର୍ଯ୍ୟାପ୍ତ ଟିକା ଆସୁନାହିଁ । ଫଳରେ ଟିକା ଅଭାବ ଯୋଗୁଁ ୨ ଜିଲ୍ଲାରେ ଟିକାକରଣ ବନ୍ଦ କରାଯାଇଥିଲା । ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଗତକାଲି ଗୁରୁବାର ସୋନପୁର ଓ କୋରାପୁଟରେ ଟିକାକରଣ ବନ୍ଦ ରହିଥିଲା । ଏବେ ରାଜ୍ୟରେ କୋଭିସିଲ୍ଡର ୩.୨ ଲକ୍ଷ ଟିକା ଓ କୋଭାକ୍ସିନ୍ ୧ ଲକ୍ଷ ରହିଛି । ଯେତିକି ଟିକା ମହଜୁଦ ରହିଛି ଆଜି ସବୁ ଟିକାକରଣ କେନ୍ଦ୍ରରେ ଟିକା ଦିଆଯିବ । ଖୁବଶୀଘ୍ର ଟିକା ଆସି ପହଞ୍ଚିବ ବୋଲି ଆଶା ରହିଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ଗୁରୁବାର ରାଜ୍ୟର ୮୦୨ଟି ସେଣ୍ଟରରେ ୧ ଲକ୍ଷ ୩୨ ହଜାର ୮୭୨ ଜଣଙ୍କୁ କୋଭିଡ୍ ଟିକା ଦିଆଯାଇଛି । ଗତାକାଲି ସୁଦ୍ଧା ରାଜ୍ୟରେ ମୋଟ ୩୯ ଲକ୍ଷ ୮୪ ହଜାର ୮୭୮ ଜଣମଙ୍କୁ କୋଭିଡ୍ ଟିକା ଦିଆଯାଇଛି ।

Leave A Reply

Your email address will not be published.