Latest Odisha News

BREAKING NEWS

ଲ୍ୟାମ୍ପସ ଏମଡିଙ୍କ ଘରେ ପଞ୍ଝା ମାରିଲା ଭିଜିଲାନ୍ସ

ସମ୍ୱଲପୁର: ଭିଜିଲାନ୍ସ ଜାଲରେ ସମବାୟ ଲ୍ୟାମ୍ପସର ଏମଡି । ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଲ୍ୟାମ୍ପସ ଏମଡି ଫଣୀନ୍ଦ୍ର ସାହୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସକାଳୁ ସକାଳୁ ଚଢ଼ାଉ ଚାଲିଛି । ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚଳାଇଛି ଭିଜିଲାନ୍ସ ଟିନ୍ ।
ଫଣୀନ୍ଦ୍ରଙ୍କ ଜମନକିରା ଅଫିସ, ପୈତୃକ ଗାଁ ସମେତ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ରେଡ୍ ବେଳେ ତାଙ୍କ ଘରୁ ଟଙ୍କା, ସୁନା ଅଳଙ୍କାର ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି । କେତେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି ଫଣୀନ୍ଦ୍ର ଚଢ଼ାଉ ପରେ ସ୍ପଷ୍ଟ ହେବ ।

Leave A Reply

Your email address will not be published.