Latest Odisha News

BREAKING NEWS

ବନ୍ଧୁକ ଦେଖାଇ ଓ ବୋମା ଫୁଟାଇ ଲୁଟିଲେ ଦୁର୍ବୁତ୍ତ, ସିସିଟିଭିରେ କଏଦ ଲୁଟର ଦୃଶ୍ୟ

ଖୋର୍ଦ୍ଧା: ବନ୍ଧୁକ ଦେଖାଇ ଓ ବୋମା ଫୁଟାଇ ଲୁଟ୍ । ଅଳଙ୍କାର ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏହିଭଳି ଘଟଣା ଖୋର୍ଦ୍ଧା ଜିଲ୍ଲା ଧଳାପଥର ବଜାରରେ ଥିବା ସୁନା ଦୋକାନରେ ଘଟିଛି । ଲୁଟ୍ ବେଳର ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।

ଲୁଟ୍ ନେଇ ସୁନା ଦୋକାନୀ ମାଲିକ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ଗତକାଲି ରାତି ୮ଟା ସମୟରେ ଛଅଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ନାରାୟଣୀ ଜୁଏଲାରୀରେ ପହଞ୍ଚିଥିଲେ । ଦୋକାନୀ ମାଲିକଙ୍କୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ଟଙ୍କା ଲୁଟି ନେଇଥିଲେ । ପରେ ଦୋକାନ ସାମ୍ନାରେ ବୋମା ଫୁଟାଇ ଲୋକଙ୍କ ମନରେ ଭୟ ସୃଷ୍ଟି କରିଥିଲେ ।

ବାଇକରେ ସୁନାଗହଣ ନେଇ ପଳାଇଯାଇଥିଲେ । ଖବର ପାଇ ବେଗୁନିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.