Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ବାଣୀ ବିହାର DDCEର ବରିଷ୍ଠ କିରାଣି, ୫ଟି ସ୍ଥାନରେ ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବାଣୀ ବିହାର ଡିଡିସିଇର ବରିଷ୍ଠ କିରାଣୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ହୋଇଛି । ତାଙ୍କ ନାଁ ଅଶୋକ କୁମାର ମିଶ୍ର । ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍ ଚାଲିଛି ।

ଭୁବନେଶ୍ୱର ମଞ୍ଚେଶ୍ୱରରେ ଥିବା ଦୁଇ ମହଲା କୋଠା, ପଟିଆ ପ୍ରଶାନ୍ତି ବିହାରରେ ଥିବା ଦୁଇ ମହଲା ଘରେ ଭିଜିଲାନ୍ସ ଟିମ୍ ରେଡ୍ ଚଳାଇଛନ୍ତି । ସେହିପରି ବାଣୀ ବିହାର କ୍ୟାମ୍ପସ ପରିସରରେ ଥିବା ସରକାରୀ କ୍ୱାର୍ଟର, ଡିଡିସିଇ ଭିତରେ ଥିବା ଅଫିସ ରୁମ୍, ପୈତୃକ ଘର କଟକ ଜିଲ୍ଲାର ଦୁର୍ଗାପୁରରେ ବି ଚଢ଼ାଉ ଜାରି ରହିଛି ।

Leave A Reply

Your email address will not be published.