Latest Odisha News

BREAKING NEWS

ଭାଇରାଲ୍‌ ହେଉଛି ରେମୋଙ୍କ ସ୍ଲୋ ମୋସନ୍‌ ଭିଡିଓ; ହସ୍ପିଟାଲ‌ରୁ ଡିସ‌ଚାର୍ଜ ପରେ ସ୍ୱତନ୍ତ୍ର ଭିଡିଓ ମାଧ୍ୟମରେ ପ୍ରଶଂସକମାନଙ୍କୁ ଦେଲେ ଏହି ବାର୍ତ୍ତା

ନୂଆଦିଲ୍ଲୀ: ବଲିଉଡର କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡି’ସୁଜା ହୃଦଘାତର ଶିକାର ହେବା ପରେ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି ଏବଂ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ହସ୍ପିଟାଲ୍‌ କର୍ତ୍ତୁପକ୍ଷଙ୍କ ଖବର ଅନୁଯାୟୀ ରେମୋ ପତ୍ନୀ ଲିଜେଲଙ୍କ ସହିତ ଅପରାହ୍ନରେ ତାଙ୍କ ଘରେ ପହଞ୍ଚିଥିଲେ।

ରେମୋ ନିଜେ ସୋସିଆଲ ମିଡିଆରେ ଏକ ଭିଡିଓ ମାଧ୍ୟମରେ କହିଛନ୍ତି ଯେ ସେ ବର୍ତ୍ତମାନ ଭଲ ଅଛନ୍ତି। ସେ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସବୁଥର ପରି, ଏଥର ମଧ୍ୟ ରେମୋ ଏକ ସ୍ୱତନ୍ତ୍ର ଭିଡିଓ ମାଧ୍ୟମରେ ପ୍ରଶଂସକମାନଙ୍କୁ ଏହି ବାର୍ତ୍ତା ଦେଇଛନ୍ତି।

ରେମୋ ସୋସିଆଲ ମିଡିଆରେ ଏକ ସ୍ଲୋ ମୋସନ୍‌ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଦେଖାଯାଉଛି ଯେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ରେମୋଙ୍କୁ ବହୁତ ଜୋରଦାର ସ୍ୱାଗତ କରାଯାଇଛି। ତାଙ୍କୁ ଅନେକ ବେଲୁନ୍ ମାଧ୍ୟମରେ ସ୍ୱାଗତ କରାଯାଇଛି।

ଭିଡିଓରେ ଗଣପତି ବାପ୍ପାଙ୍କ ଗୀତ ମଧ୍ୟ ବାଜୁଛି ଏବଂ ରେମୋ ନୃତ୍ୟ ମାଧ୍ୟମରେ କହୁଛନ୍ତି ଯେ ସେମାନେ ବର୍ତ୍ତମାନ ଫିଟ୍ ଅଛନ୍ତି। ସେ ଲେଖିଛନ୍ତି – ସମସ୍ତଙ୍କର ପ୍ରେମ ଏବଂ ପ୍ରାର୍ଥନା ପାଇଁ ହୃଦୟରୁ ଧନ୍ୟବାଦ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହବୋରେ ଲାଗିଛି। ରେମୋ ଡିସଚାର୍ଜ ହେବା ଖବର ଆସିବାରେ ପ୍ରଶଂସକଙ୍କ ଖୁସି କହିଲେ ନସରେ।

ରେମୋ ଡି’ସୁଜା ଜଣେ ନୃତ୍ୟଶିଳ୍ପୀ, କୋରିଓଗ୍ରାଫର୍ ଏବଂ ନିର୍ଦ୍ଦେଶକ। ସେ ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଏହା ବ୍ୟତୀତ ସେ ଅନେକ ଗୀତର କୋରିଓଗ୍ରାଫ୍ ମଧ୍ୟ କରିଛନ୍ତି। ରେମୋ ଡି’ସୁଜା ଅନେକ ନୃତ୍ୟ ରିଆଲିଟି ସୋ’ରେ ଜଜ୍ ମଧ୍ୟ ରହିଛନ୍ତି।

Leave A Reply

Your email address will not be published.