Latest Odisha News

BREAKING NEWS

ଅକ୍ସଫୋର୍ଡ-ଆଷ୍ଟ୍ରାଜେନକା କୋଭିଡ୍ ଟିକା ବ୍ୟବହାର ନେଇ WHO କମିଟିର ସୁପାରିସ୍

ନୂଆଦିଲ୍ଲୀ: ଅକ୍ସଫୋର୍ଡ-ଆଷ୍ଟ୍ରାଜେନକା କୋଭିଡ୍ ଟିକା ବ୍ୟବହାର ଦକ୍ଷିଣ ଆଫ୍ରିକା ବନ୍ଦ କରିଥିବା ବେଳେ ଏହାର ପ୍ରୟୋଗ ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କମିଟି ସୁପାରିସ୍ କରିଛି । ଆଷ୍ଟ୍ରାଜେନକା କୋଭିଡ୍ ଭ୍ୟାକ୍ସିନ୍ ସୁରକ୍ଷିତ ଏବଂ ଏହା କରୋନା ଭୂତାଣୁ ବିରୋଧରେ ପ୍ରଭାବଶାଳୀ । କରୋନାର ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ ବିରୋଧରେ ମଧ୍ୟ ଏହା ପ୍ରଭାବ ଦେଖାଯାଉଛି ବୋଲି ଡବ୍ଲୁଏଚ୍ କହିଛି ।

ଆଷ୍ଟ୍ରାଜେନକା କୋଭିଡ୍ ଭ୍ୟାକ୍ସିନ୍ ରିସ୍କ ଗ୍ରୁପ୍ ସହ ୬୫ ବର୍ଷ ବୟସ୍କରୁ ଅଧିକଙ୍କ ଠାରେ କାର୍ଯ୍ୟ କରୁଥିବା ଡବ୍ଲୁଏଚ୍ ପ୍ୟାନେଲ୍ କହିଛି । ଦକ୍ଷିଣ ଆଫ୍ରିକା ଆଷ୍ଟ୍ରାଜେନକା ଭ୍ୟାକ୍ସିନର ଛୋଟ ପରୀକ୍ଷଣ କରିଥିଲା । ଯାହାକି କରୋନାର 501Y.V2 ଭାରିଏଣ୍ଟ ଉପରେ ସେତେଟା ପ୍ରଭାବ ପକାଇ ନଥିଲା । ଫଳରେ ଗତ ସପ୍ତାହରୁ ଆଷ୍ଟ୍ରାଜେନକା ଭ୍ୟାକ୍ସିନ୍ ବ୍ୟବହାର ଉପରେ ଦକ୍ଷିଣ ଆଫ୍ରିକା ସ୍ଥଗିତାଦେଶ ଦେଇଛି ।

ଅନ୍ୟପଟେ ଫେବ୍ରୁଆରୀ ୧୫ ସୁଦ୍ଧା କୋଭାକ୍ସ ଭ୍ୟାକ୍ସିନର ଜରୁରୀକାଳୀନ ଅନୁମତି ନେଇ ଡବ୍ଲୁଏଚ୍ ବିଚାର କରୁଛି । ଟ୍ରାଏଲ୍ ନେଇ କୋଭାକ୍ସ ଦେଇଥିବା ତଥ୍ୟର ତର୍ଜମା କରାଯାଉଛି ।

Leave A Reply

Your email address will not be published.