Latest Odisha News

ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ

ବୌଦ୍ଧ: ଲାଞ୍ଚ ନେଇ ଧରା ପଡ଼ିଥିଲେ, ଏବେ ୩ ବର୍ଷ ଜେଲରେ କାଟିବେ । ବୌଦ୍ଧ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟର ପୂର୍ବତନ ସହକାରୀ ଯନ୍ତ୍ରୀ ଭାବଗ୍ରାହୀ ସାମନ୍ତରାୟଙ୍କୁ ଫୁଲବାଣୀ ଭିଜିଲାନ୍ସ କୋର୍ଟ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ୩ ବର୍ଷ ଜେଲ୍ ସହ ୫ ହଜାର ଟଙ୍କା ଜରିମାନା କରାଯାଇଛି ।

୨୦୧୯ ଫେବ୍ରୁଆରୀ ୩ ତାରିଖରେ ସହକାରୀ ଯନ୍ତ୍ରୀ ବାବଗ୍ରାହୀ ସୋଲାର ଡ୍ରିଙ୍କିଂ ପ୍ରକଳ୍ପର ଚୂଡ଼ାନ୍ତ ବିଲ୍ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ମାମଲା ରୁଜୁ କରିବା ସହ ଚାର୍ଜସିଟ୍ ଦାଖଲ କରିଥିଲା ।

ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଆଜି ଲାଞ୍ଚ ମାମଲାରେ ବୌଦ୍ଧ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟର ପୂର୍ବତନ ସହକାରୀ ଯନ୍ତ୍ରୀ ଭାବଗ୍ରାହୀ ସାମନ୍ତରାୟଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ଏବେ ଭାବଗ୍ରାହୀଙ୍କ ଭତ୍ତା ବନ୍ଦ କରିବାକୁ ଭିଜିଲାନ୍ସ ଆବେଦନ କରିବ ବୋଲି ଜଣାପଡ଼ିଛି ।

Comments are closed.