Latest Odisha News

BREAKING NEWS

ସାପ କାମୁଡାରେ ଚାଲିଗଲା ଶିଶୁପୁତ୍ରର ଜୀବନ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲା ମା’

ବାରିପଦା: ସାପ କାମୁଡାରେ ଚାଲିଗଲା ଶିଶୁ ପୁତ୍ରର ଜୀବନ । ଗୁରୁତର ଅବସ୍ଥାରେ ମା’ ମେଡିକାଲରେ ଭର୍ତ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶରତ ଥାନା କଟୁରିଆ ଗ୍ରାମରେ ।

ସୂଚନା ଅନୁସାରେ, କଟୁରିଆ ଗ୍ରାମର ମିନତୀ ମହାକୁଡ ନିଜର ଶିଶୁପୁତ୍ର ଘନକୁ ଧରି ଘରେ ଶୋଇଥିଲେ । ହେଲେ ହଠାତ୍ ସୋମବାର ବିଳମ୍ବିତ ରାତିରେ ଏକ ବିଷାକ୍ତ ଚିତି ସାପ ଆସି ଉଭୟ ମା’ ଏବଂ ପୁଅକୁ କାମୁଡିଥିଲା । ସ୍ୱାମୀ ଏବଂ ପରିବାର ଲୋକେ ଏହା ଜାଣି ଆଜି ସକାଳ ସମୟରେ ଉଭୟ ମା’ ଏବଂ ପୁଅକୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତରଖାନାରେ ଶିଶୁପୁତ୍ରର ମୃତ୍ୟୂ ହୋଇଥିବା ବେଳେ ମାଆ ମିନତୀଙ୍କ ଅବସ୍ଥା ଗୁରୁତର ରହିଥିଲା । ପ୍ରାଥମିକ ଚିକିତ୍ସା ପରେ ମିନତୀଙ୍କୁ ବାରିପଦା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣା ପଡ଼ିଛି ।

ତେବେ ସାପ କାମୁଡ଼ିବା କଥା ଜାଣି ଉଭୟ ମାଆ ଓ ଶିଶୁ ପୁତ୍ର ଙ୍କୁ ମେଡିକାଲ ଆଣିବା ପାଇଁ ପରିବାର ଲୋକ ପ୍ରଥମେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ମାତ୍ର ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ତୁରନ୍ତ ମାଆ ଓ ଶିଶୁକୁ ଏକ ଅଟୋରେ ଆଣୁଥିଲେ । ମାତ୍ର ଅଧବାଟରେ ଅଟୋରୁ ତେଲ ସରିଯିବା ରୁ ବହୁତ ଅସୁବିଧା ର ସମ୍ମୁଖୀନ ହୋଇଥିଲେ। ଅପେକ୍ଷା କୃତ ବିଳମ୍ବରେ ରାସ୍ତାରୁ ତାଙ୍କୁ ଆମ୍ବୁଲାନ୍ସ ନେଇ ଉଦଳା ମେଡିକାଲ ରେ ଛାଡିଥିଲା ବୋଲି ମୃତ ଶିଶୁର ବାପା ଜଗା ମହାକୁଡ କହିଛନ୍ତି ।

Leave A Reply

Your email address will not be published.