Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି , ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

କେନ୍ଦ୍ରାପଡା : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି । କେନ୍ଦ୍ରାପଡା ଟ୍ରେଜେରୀ ଅଫିସରେ କାମ କରୁଥିବା ବରିଷ୍ଠ କିରାଣି ସମର ହେମ୍ବ୍ରମ୍ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସେ ପେନସନ ବିଲ୍ ପାସ କରେଇଦେବା ନାଁରେ ଅଭିଯୋଗ କାରୀଙ୍କ ଠାରୁ ୫ ହଜାର ଟଙ୍କା ଲାଞ୍ଜ ନେଉଥିଲେ ।ଏହି ସମୟରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ଏବଂ ଲାଞ୍ଜ ନେଉଥିବା ଟଙ୍କାକୁ ଜବତ କରିଛି ଭିଜିଲାନ୍ସ ବିଭାଗ ।

ସୂଚନା ଅନୁସାରେ ଜଣେ ଅବସରପ୍ରାସ୍ତ ଶିକ୍ଷୟତ୍ରୀଙ୍କ ପେନସନ ବିଲ ପାସ କରାଇଦେବା ପାଇଁ ଲାଞ୍ଜ ନେଉଥିଲେ ସମର ହେମ୍ବ୍ରମ୍ । ଭିଜିଲାନ୍ସ ବିଭାଗ ଖବର ପାଇ ଲାଞ୍ଚନେବା ବେଳେ ତାଙ୍କୁ ମାଡିବସିଥିଲା । ଭିଜିଲାନ୍ସ ବିଭାଗ କେନ୍ଦ୍ରାପଡାରେ ଖରାନାସିରେ ଥିବା ତାଙ୍କ ଘରେ ତଲାସି ଜାରି ରଖିଛି ଭିଜିଲାନ୍ସ ଟିମ୍ । କଟକ ଭିଜିଲାନ୍ସ ଟିମ୍ ତାଙ୍କ ନାରେ ମାମଲା ରୁଜୁ କରି ଛାନଭିନ୍ ଜାରି ରଖିଛି ।

Leave A Reply

Your email address will not be published.