ନୂଆପଡ଼ା : ଦୁର୍ବିସହ ହୋଇପଡ଼ିଛି ଜୀବନ। ଗୋଟିଏ କି ଦୁଇଟି ନୁହେଁ ସମସ୍ୟା ଏଠି ଅନେକ। ଏହିଭଳି କିଛି ଚିତ୍ର ଦେଖିବାକୁ ମିଳିଛି ନୂଆପଡ଼ା ଖଡ଼ିଆଳ ୧୨ନମ୍ବର ୱାର୍ଡ ଗୋଡେଲବନ୍ଧ ପଡ଼ାରେ। ୫୦ରୁ ଅଧିକ ପରିବାର ଏହି ବନ୍ଧ ଉପରେ ଝାଟିମାଟି କୁଡ଼ିଆ କରି ରହିଛନ୍ତି । ମରୁଡ଼ି ସମୟରେ ଜୀବନ ବଞ୍ଚାଇବାକୁ ଏହି ସ୍ଥାନରେ ପରିବାର ସହ ଆଶ୍ରୟ ନେଇଥିଲେ।
ହେଲେ ଏବେ ସମାସ୍ତ ସ୍ଥାୟୀ ବାସିନ୍ଦା ହୋଇଯାଇଛନ୍ତି। ହେଲେ ଏବେ ବି କୌଣସି ପ୍ରକାର ସୁବିଧା ସେମାନଙ୍କ ପାଇଁ ନାହିଁ। ରାସ୍ତାଘାଟରୁ ନେଇ ପିଇବା ପାଣି ଯାଏ ସମସ୍ୟା ଲାଗି ରହିଛି। ଏନେଇ ବହୁବାର ଜଣାଯଯାଇଥିଲେ ବି ସମସ୍ୟାପ୍ରତି କାହାର ବି ନଜର ନାହିଁ। . . .
ଘର ତ ଦୂର କଥା ଏହି ଭୂମିହୀନଙ୍କ ପାଇଁ ପଟ୍ଟା ଖଣ୍ଡିଏ ବି ନାହିଁ। ଯୋଉମାନେ ଜାଗା ପାଇବେ ତାହା ଭୁବନେଶ୍ୱରରୁ ତାଲିକା ହୋଇ ଆସିବ।ଗୁଡ଼େଲ ବନ୍ଧ ରେ ଥିବା ବାସିନ୍ଦାଙ୍କ ପାଇଁ କାଉନସିଲର ବୈଠକରେ ପ୍ରସ୍ତାବ କରି ପଠାଯିବ ବୋଲି କହିଛନ୍ତି କାର୍ୟ୍ୟନିର୍ବାହୀ ଅଧିକାରୀ।
ବନ୍ଧ ହୁଡା ଉପରେ ଜୀବନକୁ ପାଣି ଛଡ଼ାଇ ରହୁଥିବା ଏହି ଭୂମିହୀନଙ୍କ ପାଇଁ ପ୍ରଶାସନ ପକ୍ଷରୁ ସହଯୋଗ କରାଯାଇପାରିଲେ ସେମାନେ ଉପକୃତ ହୋଇପାରିବେ। . . .