Latest Odisha News

BREAKING NEWS

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କର ୬ କୋଟି ୫୩ ଲକ୍ଷର ସମ୍ପତ୍ତି

ଭୁବନେଶ୍ୱର: କୁବେର ସହକାରୀ ନିର୍ବାହୀ ଯନ୍ତ୍ରୀ । କୋଟି କୋଟି ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି ଠାବ । ଭୁବନେଶ୍ୱର ସାଧାରଣ ଜନସ୍ୱାସ୍ଥ୍ୟ ଡିଭିଜନ-୨ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ରନାଥ ପ୍ରଧାନଙ୍କ ଘର ଓ ବିଭିନ୍ନ ସ୍ଥାନରେ ଚଢ଼ାଉ ବେଳେ ଭିଜିଲାନ୍ସ ହାତରେ ଲାଗିଥିବା ସମ୍ପତ୍ତିର ତାଲିକା ସାମନାକୁ ଆସିଛି । ମୋଟ୍ ୬ କୋଟି ୫୩ଲକ୍ଷ ୮୬ ହଜାର ୭୧୦ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଆକଳନ କରାଯାଇଛି।

ଭିଜିଲାନ୍ସ ଟିମ୍ ଚଢାଉ ବେଳେ ରବୀନ୍ଦ୍ର ନାଥ ପ୍ରଧାନଙ୍କ ବାଲିପାଟଣାରେ ୪୮ କୋଠରୀ ବିଶିଷ୍ଟ ଘର, ଭୁବନେଶ୍ୱରରେ ଦୁଇଟି ଦୁଇମହଲା କୋଠା, ନହରକଣ୍ଚାରେ ଗୋଟିଏ କୋଠା ଥିବା ଜଣା ପଡ଼ିଛି । ସେହିପରି ଭୁବନେଶ୍ୱର ସମେତ ଗଞ୍ଜାମ ଜିଲ୍ଲାର ପୋସଲରା ଓ ବୁଗୁଡ଼ାରେ ରହିଛି ୮ଟି ପ୍ଲଟ ।

ବିଭିନ୍ନ ବ୍ୟାଙ୍କ ଓ ବୀମା କମ୍ପାନୀରେ ଜମା, ସୁନା ଓ ରୂପା ଅଳଙ୍କାର, ଘରବାଡି ନିର୍ମାଣ ସାମଗ୍ରୀ ଓ ନଗଦ ଟଙ୍କା ସହ ଦୁଇଟି ଦାମୀ କାର ଆଦି ଥିବା ଜଣାପଡ଼ିଛି । ଏହାସହ ତିନିଟି ପଞ୍ଜିକୃତ କମ୍ପାନୀ ରହିଛି ଯାହାର ନିର୍ଦ୍ଦେଶକ ରବୀନ୍ଦ୍ର ନାଥ ପ୍ରଧାନଙ୍କ ପୁଅ ଅଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରବୀନ୍ଦ୍ରଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ଟିମ୍ ।

Comments are closed.