Latest Odisha News

BREAKING NEWS

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ଗଜପତି: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ରାୟଗଡା ପଞ୍ଚାୟତ ସମିତି ସହକାରୀ ଯନ୍ତ୍ରୀ ଦିଲ୍ଲିପ କୁମାର ସାହୁଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଚଢାଉରେ ସାମିଲ ହୋଇଛନ୍ତି ଜଣେ ଅତିରିକ୍ତ ଏସପି, ୫ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଓ ଅନ୍ୟ କର୍ମଚାରୀ । ବ୍ରହ୍ମପୁର ଭିଜିଲାନ୍ସର ସ୍ୱତନ୍ତ୍ର ଜଜ୍ ଙ୍କ ଦ୍ୱାରା ଜାରି ଓ୍ୱାରେଣ୍ଟ ବଳରେ ଚଢାଉ କରିଛି ଭିଜିଲାନ୍ସ ଟିମ୍ ।

ବ୍ରହ୍ମପୁର, ଦିଗପହଣ୍ଡି ଓ ଆର୍ ଉଦୟଗିରି ସମେତ ୪ଟି ସ୍ଥାନରେ ଏକକାଳୀନ ଚଢାଉ କରି ଦିଲ୍ଲିପଙ୍କ ସମ୍ପତ୍ତି ଆକଳନ କରୁଛି ତଦନ୍ତକାରୀ ଦଳ । ଦିଲ୍ଲିପଙ୍କର ବ୍ରହ୍ମପୁର ଗୋପବନ୍ଧୁ ନଗରରେ ଏକ ଫ୍ଲାଟ ରହିଛି । ଜ୍ୟୋତି ନଗରରେ ଦୁଇ ମହଲା ବିଶିଷ୍ଟ କୋଠା ରହିଛି । ଉଦୟଗିରି ଛେଳିଗଡାସ୍ଥିତ ସରକାରୀ ବାସଭବନ ସହିତ ତାଙ୍କର ଅଫିସରେ ଖାନତଲାସି କରୁଛି ଭିଜିଲାନ୍ସ ଟିମ୍ ।

Leave A Reply

Your email address will not be published.