Latest Odisha News

BREAKING NEWS

ସୁନ୍ଦର ତ୍ୱଚା ପାଇଁ ହଳଦୀ..

ସକାଳୁ ଉଠିଲେ ମହିଳା ମାନଙ୍କ ପ୍ରଥମ ଚିନ୍ତା ନିଜ ସୌନ୍ଦର୍ଯ୍ୟର ସୁରକ୍ଷା  । ବୟସ ତ ବଢ଼ିବ କିନ୍ତୁ ତା’ ସତ୍ତ୍ୱେ କିପରି ନିଜର ସୁନ୍ଦରତା ବଜାୟ ରଖିପାରିବେ ସେନେଇ ସଭିଏଁ ତତ୍ପର  । ଏମିତି ତ ପ୍ରତ୍ୟେକ ଶୁଭ କାମରେ ହଳଦୀର ବ୍ୟବହାର କଥା ଆମେ ସମସ୍ତେ ଜାଣୁ  । ଏତଦ୍‌ବ୍ୟତୀତ ହଳଦୀର ଅନ୍ୟାନ୍ୟ ଉପଯୋଗୀତା କଥା ସମ୍ପର୍କରେ ବିଶେଷ ମାତ୍ରାରେ ଧ୍ୟାନ ଦେଉନାହୁଁ  ।ହଳଦୀର ବ୍ୟବହାର ତ୍ୱଚାର ସୌନ୍ଦର୍ଯ୍ୟ ଓ କୋମଳତାକୁ ବଜାୟ ରଖିବାରେ ସହାୟକ ହୋଇଥାଏ  । କେବଳ ସେତିକି ନୁହେଁ, ଏହାକୁ ସ୍କ୍ରବ୍‌ ଭାବରେ ବ୍ୟବହାର କରିଲେ ତ୍ୱଚାରେ ଥିବା ରୁକ୍ଷତା ଦୂର ହୋଇଥାଏ  ।

ହଳ ଦୀ ସହିତ ନଡ଼ିଆ ରସ ଓ ମହୁ ମିଶାଇ ମୁହଁରେ ଲଗାଇ କିଛି ସମୟ ପରେ ଧୋଇଦେଲେ ଉଜ୍ଜ୍ୱଳତା ବୃଦ୍ଧି ପାଇବା ସହିତ ସଫା ଦେଖାଯାଏ  । ଏହା ଡ୍ରାଏ ସ୍କିନ୍‌ ପାଇଁ ବହୁତ ଭଲ କାମ ଦେଇଥାଏ  । କିନ୍ତୁ ହଳଦୀ ଲଗାଇବା ବେଳେ ଦୁଇଟି କଥା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ହଳଦୀ ଲଗାଇବା ସମୟରେ ଗାଢ଼ ରଙ୍ଗର ପୋଷାକ ପିନ୍ଧି ରଖନ୍ତୁ  । ଐହା ଫଳରେ ହଳଦୀର ରଙ୍ଗ ପୋଷାକରେ ଲାଗିଲେ ଜଣାପଡ଼ିବ ନାହିଁ  ।

ବଜାରରେ ସାଧାରଣ ହଳଦୀଗୁଣ୍ଡର ବ୍ୟବହାର ନକରି ଅରଗାନିକ୍‌ ବ୍ୟବହାର କରନ୍ତୁ  । ନଡ଼ିଆ ରସ, ଅରଗାନିକ୍‌ ହଳଦୀ ଗୁଣ୍ଡ, ମହୁ ଓ ନଡ଼ିଆ ତେଲକୁ ଗୋଟିପାତ୍ରରେ ମିଶାଇ ହାଲ୍‌କା ଗରମ କରନ୍ତୁ  । ସବୁ ଉପାଦାନ ଭଲ ଭାବରେ ମିଶିଗଲା ପରେ ଏହାକୁ  ଏକ କାଚ ପାତ୍ରରେ ଢାଳି ରଖନ୍ତୁ  । ଥଣ୍ଡା ହେଲା ପରେ ମୁହଁରେ ଲଗାନ୍ତୁ  । ଲଗାଇବାର ପାଞ୍ଚରୁ ସାତ ମିନିଟ୍‌ ପରେ ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ  । ତା’ପରେ ମୁହଁକୁ ପୁଣି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ  ।ଏହାପରେ ଆପଣ ମୁହଁରେ ଉଜ୍ଜ୍ୱଳତାକୁ ନିଜେ ଅନୁଭବ କରିପାରିବେ  ।

Leave A Reply

Your email address will not be published.