Latest Odisha News

BREAKING NEWS

ଅନୁମତି ଅପେକ୍ଷାରେ ମହିଳା ସେବିକା

ପୁରୀ : ମହିଳା ସେବିକାଙ୍କୁ ଶ୍ରୀମନ୍ଦିର ଭିତରକୁ ଯିବାକୁ ମିଳୁନି ଅନୁମତି । ବିଗତ ୨୩ ବର୍ଷ ହେବ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମସ୍ତକରେ ଶୋଭା ପାଉଥିବା ପୁଷ୍ପ ଅଳଙ୍କାର ଗଭାକୁ ପ୍ରସ୍ତୁତ କରି ମହିଳା ଜଣକ ମନ୍ଦିରକୁ ଦେଉଥିଲେ । ୨୦୧୬ ମସିହା ପୂର୍ବରୁ ରତ୍ନ ସିଂହାସନ ପାଖକୁ ପୁଷ୍ପ ଅଳଙ୍କାର ନେଇ ଯିବା ପାଇଁ ପ୍ରଶାସନ ଅନୁମତି ଦେଉଥିଲା ପ୍ରଣତିଙ୍କୁ ।

କିନ୍ତୁ ୨୦୧୬ ପରଠାରୁ ତାଙ୍କୁ ରତ୍ନସିଂହାସନ ପାଖକୁ ଛଡାଯାଉନି । ଭିତର କାଠ ନିକଟରୁ ଖୁଣ୍ଟିଆ ସେବକ ମାନେ ଏହି ପୁଷ୍ପ ଅଳଙ୍କାରକୁ ପ୍ରଣତିଙ୍କ ହାତରୁ ନେଉଥିଲେ । ହେଲେ କରୋନା ମହାମାରୀ ଯୋଗୁଁ ୨୦୨୦ ମସିହା ମାର୍ଚ୍ଚ ମାସରୁୁ ମହିଳା ସେବିକାଙ୍କୁ ଶ୍ରୀମନ୍ଦିର ଯିବାକୁ ବାରଣ କରାଯାଇଛି । ବାହାର କାଠ ପାଖକୁ ତାଙ୍କୁ ଛଡାଯାଉ ବୋଲି ନିବେଦନ କରିଛନ୍ତି ପ୍ରଣତି।

 

ପ୍ରତିଦିନ ମହାପ୍ରଭୁଙ୍କ ଅବକାଶ ଓ ସକାଳ ଧୂପ ସରିବା ପରେ ବାଲିସାହିର ମଙ୍ଗଳା ମୁଣ୍ଡି ଛକ ନିବାସୀ ପ୍ରଣତି ପ୍ରଧାନଙ୍କ ଦ୍ୱାରା ପ୍ରସ୍ତୁତ ପୁଷ୍ପ ଅଳଙ୍କାର ଏବେ ବି ମହାପ୍ରଭୁଙ୍କ ନିକଟରେ ଲାଗି ହେଉଛି। ହଲେ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ଦେଉନଥିବାରୁ ଖୁଣ୍ଟିଆ ସେବକ ମାନେ ନିଜେ ପ୍ରଣତିଙ୍କ ଘରକୁ ଯାଇ ଗଭା ସଂଗ୍ରହ କରି ଆଣୁଛନ୍ତି।

ଏହି ଗଭାକୁ ଖୁଣ୍ଟିଆ ସେବକ ପୁଷ୍ପାଳକ ସେବକଙ୍କୁ ଦେଉଛନ୍ତି। ପୁଷ୍ପାଳକ ପୁଷ୍ପ ଅଳଙ୍କାରକୁ ମହାପ୍ରଭୁଙ୍କ ମସ୍ତକରେ ଲାଗି କରୁଛନ୍ତି। ପ୍ରତିଦିନ ସକାଳୁ ମହାପ୍ରଭୁଙ୍କ ଗଭା ପାଇଁ ସେ ବିଭିନ୍ନ ସ୍ଥାନରୁ ତୁଳସୀ,ଗୋଲାପ,ଗେଣ୍ଡୁ,ଗୁରୁଦୁଲାଙ୍ଗ ଆଦି ପୁଷ୍ପ ସଂଗ୍ରହ କରି ପୁଷ୍ପ ଅଳଙ୍କାର ପ୍ରସ୍ତୁତ କରନ୍ତି।

Leave A Reply

Your email address will not be published.