Latest Odisha News

BREAKING NEWS

ଧର୍ମଶାଳା ସବରେଜିଷ୍ଟ୍ରାର ଅଫିସ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଯାଜପୁର: ଭିଜିଲାନ୍ସ ଜାଲରେ ଧର୍ମଶାଳା ସବରେଜିଷ୍ଟ୍ରାର ଅଫିସର କିରାଣି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘର ସମେତ ୭ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି । ତାଙ୍କ ନାଁ ରତ୍ନାକତ ମହାନ୍ତି ।

ରତ୍ନାକରଙ୍କ ଚହଟାରେ ଥିବା ପୈତୃକ ଘର, ଜାରକାରେ ଥିବା ଭଡ଼ା ଘର, ଚାନ୍ଦପୁରରେ ଶ୍ୱଶୁର ଘର, ଜାତୀୟ ରାଜପଥରେ ଥିବା ଏକ ହୋଟେଲ୍‌ ଓ ସମ୍ପର୍କୀୟଙ୍କ ଘରେ ରେଡ୍ ଚଳାଇଛି ଭିଜିଲାନ୍ସ ଟିମ୍ ।

ଚଢାଉ ବେଳେ ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି । ନଗଦ ଟଙ୍କା, ସୁନାଗହଣା ଓ ବ୍ୟାଙ୍କ ପାସବୁକ ଜବତ କରାଯାଇଛି ।

Leave A Reply

Your email address will not be published.