Latest Odisha News

BREAKING NEWS

ଦେଶରେ ୫ ଲକ୍ଷ ତଳକୁ ଖସିଲା କରୋନା ଆକ୍ଟିଭ୍ କେସ୍, ଜାଣନ୍ତୁ ୨୪ ଘଣ୍ଟାର ରିପୋର୍ଟ

ନୂଆଦିଲ୍ଲୀ: କରୋନା ସହ ଲଢ଼େଇରେ ଭଲ ଖବର ସାମନାକୁ ଆସୁଛି । ଦେଶରେ କମୁଛି ଆକ୍ଚିଭ କେସ୍ । ବଢୁଛି ସୁସ୍ଥ ହାର । ଦୈନିତ ସଂକ୍ରମିତଙ୍କ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୭ ହଜାର ୯୦୫ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ଲକ୍ଷ ୮୩ ହଜାର ୯୧୭କୁ ବୃଦ୍ଧି ପାଇଛି ।

ଦେଶରେ ବଡୁଛି ଦୈନକ ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ଆଉ ୫୫୦ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୧ ଲକ୍ଷ ୨୮ ହଜାର ୧୨୧ ଛୁଇଁଛି । ଦେଶରେ ମୃତ୍ୟୁହାର ରହିଛି ୧.୪୮% ।

କମୁଛି ୫ ଲକ୍ଷ ତଳକୁ ଖସିଛି ଆକ୍ଟିଭ୍ କେସ । ବଢୁଛି ସୁସ୍ଥ ହାର । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୫୨ ହଜାର ୭୧୮ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା କରୋନାରୁ ସୁସ୍ଥ ହେଲେଣି ୮୦ ଲକ୍ଷ ୬୬ ହଜାର ୫୦୨ ଆକ୍ରାନ୍ତ । ସୁସ୍ଥ ହାର ୯୨ ପ୍ରତିଶତ ରହିଛି । ଦେଶରେ ୪ ଲକ୍ଷ ୮୯ ହଜାର ୨୯୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.