Latest Odisha News

BREAKING NEWS

ଅଜଣା ଗାଡ଼ି ଧକ୍କାରେ ମାଆ ଓ ପୁଅ ମୃତ, ବାପା ଗୁରୁତର

ବାଲେଶ୍ୱର: ଅଜଣା ଗାଡି ଧକ୍କାରେ ମାଆ ଓ ପୁଅଙ୍କ ମୃତ୍ୟୁ । ବାପା ଗୁରୁତର ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ଖନ୍ତପଡ଼ା ଅନ୍ତର୍ଗତ ଓଳିଆପାଟଣା ପେଟ୍ରୋଲ ପମ୍ପ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।

ସ୍କୁଟିକୁ ଅଜଣା ଗାଡ଼ି ଧକ୍କା ଦେଇ ପଳାଇ ଯାଇଛି । ଘଟଣାସ୍ଥଳରେ ମାଆ ଓ ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ବାପାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତାହତଙ୍କ ପରିଚୟ ମିଳି ନାହିଁ ।

ବାପା, ମାଆ ଓ ପୁଅ ସ୍କୁଟିରେ ଯାଉଥିଲେ । ଏତିକିବେଳେ ଓଳିଆପାଟଣା ପେଟ୍ରୋଲ ପମ୍ପ ନିକଟ ଡାଇଭର୍ସନ ପାଖରେ ସ୍କୁଟିକୁ ଅଜଣା ଗାଡ଼ି ଧକ୍କା ଦେଇଥିଲା ।

Leave A Reply

Your email address will not be published.