Latest Odisha News

BREAKING NEWS

ଆରଟିଓ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ବୌଦ୍ଧ: ଭିଜିଲାନ୍ସ ଜାଲରେ ଆରଟିଓ ଅଧିକାରୀ । ବୌଦ୍ଧ ଜିଲ୍ଲା ଆରଟିଓ ଅଧିକାରୀ ବସନ୍ତ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସ ଭବନ ସମେତ ଏକକାଳୀନ ୧୦ଟି ସ୍ଥାନରେ ଚାଲିଛି ରେଡ୍ । ବୌଦ୍ଧ, ଗଞ୍ଜାମ ଓ ଭୁବନେଶ୍ବର ସ୍ଥିତ ଘରେ ଚାଲିଛି ଭିଜିଲାନ୍ସ ରେଡ୍ ।

କେବଳ ଭୁବନେଶ୍ଵରର ୬ଟି ସ୍ଥାନରେ ରେଡ୍ ଚାଲିଥିବା ବେଳେ ବୌଦ୍ଧ ଏବଂ ଗଞ୍ଜାମରେ ମଧ୍ୟ ରେଡ୍ ଚାଲିଛି । ଭଞ୍ଜନଗରସ୍ଥିତ ତାଙ୍କ ପୈତୃକ ବାସଭବନ ସହ ବ୍ରହ୍ମପୁରରେ ଥିବା ସମ୍ପର୍କୀୟଙ୍କ ଘର ଏବଂ ବୌଦ୍ଧ ସ୍ଥିତ ଭଡାଘରେ ଚଢାଉ କରିଛି ଭିଜିଲାନ୍ସ । ଆଜି ସକାଳୁ ସକାଳି ଏକକାଳିନ ବସନ୍ତଙ୍କ ୧୦ଟି ସ୍ଥାନରେ ଏହି ରେଡ୍ କରିଛି ଭିଜିଲାନ୍ସ ଟିମ୍ । ଚଢାଉରେ ୨ଜଣ ଅତିରିକ୍ତ DSP, ୬ଜଣ DSP ଏବଂ ୬ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି ।

 

 

Leave A Reply

Your email address will not be published.