Latest Odisha News

BREAKING NEWS

ଭାଷା ଭାଗବତ : ସ୍ବାନୁଭୂତି ଶ୍ରେଷ୍ଠ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ 

 

ସ୍ବାନୁଭୂତି ହିଁ ଶ୍ରେଷ୍ଠ ଜ୍ଞାନ

କାହିଁକି ହେବା ସଂଦିହାନ

ନିଜ କର୍ତବ୍ୟ ସଂପାଦନ

କରିଲେ ସ୍ଥିର ହେବ ମନ

 

ନିଜେ ହିଁ ନିଜର ସହାୟ

ହୋଇଲେ ରହିବନି ଭୟ

ଈଶ୍ବର ଦେଇଛଂତି ସବୁ

ଅଯଥା କିଆଁ ଏତେ ଭାବୁଁ?

 

ନିଜେ ହିଁ ହେଲେ ନିଜ ଗୁରୁ

ଜୀବନ ଚଳେ ସୁରୁଖୁରୁ

ବୁଝିଲେ ନିଜର ଗୁରୁତ୍ୱ

କରିପାରିବା ସର୍ବହିତ

 

ବାରଂବାର ଗୋଟିଏ କଥା

ଭାବିଲେ ବଢ଼େ ଅସ୍ଥିରତା

କହିଲେ ବା ଲେଖିଲେ ବ୍ୟକ୍ତି

ସଂଚାରେ ଅଲୋଡ଼ା ବିଭ୍ରାଂତି

 

ବୃତ୍ତ ପଥରେ ଘୂରି ଘୂରି

ଯାତ୍ରା ତ ପାରିବାନି ସାରି

ନିଜର ଅନନ୍ୟତା ରକ୍ଷା

କରିବା ପାଇଁ ନେଉଁ ଦୀକ୍ଷା

 

ପ୍ରତିଜ୍ଞା ନ କଲେ ପ୍ରକାଶ

ଘଟିବ ବ୍ୟକ୍ତିତ୍ୱ ବିକାଶ

ଯାହା ସଂଭବ ଯାଉଁ କରି

ଘୋଷଣା ନୁହେ ଦରକାରୀ

 

ଆଦେଶ କିଂବା ଉପଦେଶ

ପାଳନ କରିଲେ ମଣିଷ

ଚିଂତନ ଶକ୍ତି ପାଏ ହ୍ରାସ

କାମରୁ ମିଳେନି ସଂତୋଷ

 

କ୍ଷୋଭ, ଗ୍ଳାନି ଓ ଅସଂତୋଷ

ମନରେ ରଖିଲେ ମଣିଷ

ସାରିପାରେନି ନିଜ କାମ

ମିଳେନି କିଛି ପରିଣାମ

 

‘ଏହା ହେଉ’ କି ‘ତାହା ହେଉ’

କେହି ବି କେବେ ହେଁ ନ କହୁ

ନିରବେ କରିଚାଲୁ କାର୍ଯ

ଅବଶ୍ୟ ହୋଇବ ସ୍ବୀକାର୍ଯ

 

ପ୍ରଫୁଲ୍ଲ କୁମାର ତ୍ରିପାଠୀ

Leave A Reply

Your email address will not be published.