ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ରଖିଥିବା ବ୍ୟକ୍ତିଙ୍କୁ ଛାଡୁନି କ୍ରାଇମବ୍ରାଞ୍ଚ । ଗତକାଲି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍ର ସହକାରୀ ମୃତ୍ତିକ ସଂରକ୍ଷଣ ଅଧିକାରୀ କିଶୋରଚନ୍ଦ୍ର ନାୟକଙ୍କୁ ଅଧାବାଟରୁ ମାଡି ବସିଥିଲା କ୍ରାଇମବ୍ରାଞ୍ଚ । ଆଜି ଧରିଛି ଜଣେ ଆରଡବ୍ଲୁ କିରାଣିଙ୍କୁ ଧରିଛି ଭିଜିଲାନ୍ସ ।
ଭିଜିଲାନ୍ସ ଜାଲରେ ପଡିଛନ୍ତି ରାଉରକେଲା RW ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ୍ରେ କାର୍ଯ୍ୟରତ କିରାଣି ନନ୍ଦୀ କିଶୋର ନାଥ । ତାଙ୍କର ଅଫିସ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି ।
ସକାଳୁ ସକାଳୁ ତାଙ୍କର ପାନପୋଷ ସ୍ଥିତ ସରକାରୀ ବାସଭବନ, ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ଫ୍ଲାଟ, ବରଗଡ଼ରେ ଥିବା ପୈତୃକ ଘର, ରାଉରକେଲାରେ ଥିବା ଅଫିସ ଚାମ୍ବର, ସମ୍ବଲପୁର ଅଇଁଠାପଲ୍ଲୀରେ ଥିବା ଘର, ସମ୍ବଲପୁରରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ରେଡ ଚାଲିଛି।
୩ ଡିଏସ୍ପି, ୯ ଇନ୍ସପେକ୍ଟର, ଜଣେ ଏସ୍ଆଇ, ୨ ଜଣ ଏଏସ୍ଆଇ ଏହି ଚଢାଉରେ ସାମିଲ ହୋଇଛନ୍ତି। ଚଢ଼ାଉ ପ୍ରକ୍ରିୟା ଚାଲିଛି । ଚଢାଉ ଶେଷ ହେବା ପରେ ସବିଶେଷ ସୂଚନା ମିଳିପାରିନି।
Comments are closed.