Latest Odisha News

BREAKING NEWS

ଏକାଠି ବସି ହାଣ୍ଡିଆ ପିଇଲେ; ପତ୍ନୀଙ୍କୁ ମାରି ପୋତିଦେଲେ

ଢେଙ୍କାନାଳ: ସ୍ୱାମୀ-ସ୍ତ୍ରୀ ସାଙ୍ଗ ହୋଇ ମଦ ପିଇଲେ । ରାତିରେ ଖାଇପିଇ ଗଲେ ଶୋଇବାକୁ । ହେଲେ କ’ଣ ହେଲା କେଜାଣି, ପତ୍ନୀଙ୍କୁ  ଜୀବନରୁ ଦୂରେଇ ଦେବା ପାଇଁ ନିଷ୍ପତ୍ତି ନେଲେ ? ସକାଳୁ ସକାଳୁ ମିଳିଥିଲା ପତ୍ନୀଙ୍କ ମୃତଦେହ ।  ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା କମ୍ପୁଲେଇ ଗାଁରୁ ଆସିଛି ଏଭିଳି ଚାଞ୍ଚଲ୍ୟ କଲା ଭଳି ତଥ୍ୟ । ଜଣେ ମହିଳାଙ୍କୁ ଜୀବନରୁ ମାରି ପୋତି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ମୃତକ ମହିଳା ଜଣକ କମ୍ପୁଲେଇ ଗାଁର ମିନି ନାୟକ । ମିନି ୮ତାରିଖ ଦିନ ରାତିରେ ହାଣ୍ଡିଆ ମଦ୍ୟପାନ କରି ରାତିରେ ଶୋଇବାକୁ ଯାଇଥିଲେ । ସକାଳୁ ତାଙ୍କ ମୃତ ଶରୀର ଘର ପଛ ପାଖ ବାଡ଼ିରେ ପଡି ରହିଥିଲା । କିଛି ସମୟ ପା; ସ୍ୱାମୀ ଶରଣ ନାୟକ ଘରଠାରୁ କିଛି ଦୂରରେ ମୃତ ଦେହକୁ ପୋତି ଦେଇଥିଲେ ।

ମିନିଙ୍କ ପୁଅ ଏ ନେଇ କଙ୍କଡାହାଡ଼ ଥାନାରେ ଅଭିଯୋଗ କରିବା ପରେ କଙ୍କଡାହାଡ଼ ତହସିଲଦାର ତଥା ମାଜିଷ୍ଟ୍ରେଟ ଏବଂ ପୋଲିସ ଉପସ୍ଥିତିରେ ମୃତ ଦେହକୁ ମାଟି ଖୋଳି ବାହାର କରାଯାଇଥିଲା । ଏ ନେଇ କଙ୍କଡାହାଡ଼ ପୋଲିସ ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।ୟ

 

Leave A Reply

Your email address will not be published.