Latest Odisha News

ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ଼, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ଗଜପତି: ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ଼୍ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆଗଡ଼ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି ।  ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛନ୍ତି ଭିଜିଲାନ୍ସ ଟିମ୍ ।

ନୂଆଗଡ଼ସ୍ଥିତ ସରକାରୀ କାର୍ଯ୍ୟାଳୟ ଓ ବାସଭବନ, ପାରଳାଖେମୁଣ୍ଡି ଗାନ୍ଧୀ ନଗରସ୍ଥିତ ଭଡ଼ାଘର, ଗୋଷାଣୀ ବ୍ଲକ ହରିଶ୍ଚନ୍ଦ୍ରପୁରସ୍ଥିତ ପୈତୃକ ବାସଭବନ ଓ ଆନ୍ଧ୍ରପ୍ରଦେଶ ପୁରୁଣା ପାଟଣାସ୍ଥିତ ନିଜ ଘର ଆଦି ୪ଟି ସ୍ଥାନରେ ଚଢ଼ାଉ ହୋଇଛି । ଚଢ଼ାଉବେଳେ ବିପୁଳ ପରିମାଣର ଟଙ୍କା, ସୁନା ଓ ଅନ୍ୟାନ୍ୟ କାଗଜପତ୍ର ଜବତ ହୋଇଛି । ଏପର୍ଯ୍ୟନ୍ତ ସଠିକ୍ ତଥ୍ୟ ଦିଆଯାଇପାରିନାହିଁ ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ନେଇ ପୂର୍ବରୁ ଗଣେଶ ପ୍ରଧାନଙ୍କ ନାଁରେ ଅଭିଯୋଗ ରହିଥିଲା । ଏହାପରେ ଆଜି ସକାଳୁ ସକାଳୁ ତାଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ାଉ ହୋଇଛି ।

Leave A Reply

Your email address will not be published.