Latest Odisha News

BREAKING NEWS

ଯାଜପୁର ସରକାରୀ ଆବାସିକ ବାଳିକା ବିଦ୍ୟାଳୟରୁ ୯ଛାତ୍ରୀ କରୋନା ପଜିଟିଭ

ଯାଜପୁର: ସ୍କୁଲ, କଲେଜ ଖୋଲିବା ପରେ କାୟା ମେଲାଉଛି କରୋନା । ବୁର୍ଲା ଭିମସାର ମେଡ଼ିକାଲ କଲେଜ, ଢ଼େଙ୍କାନାଳର ଏକ ଆବାସିକ କଲେଜର ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ । ଏବେ ଯାଜପୁରରେ ମଧ୍ୟ କରୋନା ନିଜ କାୟା ମେଲାଇଛି । ଯାଜପୁର ଜିଲ୍ଲା ଦଶରଥପୁରର ଏକ ସରକାରୀ ଆବାସିକ ବାଳିକା ବିଦ୍ୟାଳୟର ୯ ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସୂଚନା ଅନୁସାରେ, ବିଦ୍ୟାଳୟର ଷଷ୍ଠ ଓ ନବମ ଶ୍ରେଣୀରେ ପଢ଼ୁଥିବା ୯ଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଜିଲ୍ଲା ମଙ୍ଗଳ ଅଧିକାରୀ ଏହି ସୂଚନା ଦେବା ସହ ସମସ୍ତଙ୍କୁ ସ୍ୱତନ୍ତ୍ର ଗୃହରେ ଆଇସୋଲେସନରେ ରଖାଯାଇଛି । ବିଦ୍ୟାଳୟରେ ମୋଟ୍ ୧୯୫ଜଣଙ୍କର କୋଭିଡ଼ ଟେଷ୍ଟ କରାଯାଇଥିଲା । ରିପୋର୍ଟରୁ ୯ଜଣ ଛାତ୍ରୀ ପଜିଟିଭ୍ ହୋଇଥିବା ଜଣାପଡ଼ିଛି । ଆସନ୍ତାକାଲି ସ୍କୁଲକୁ ସାନିଟାଇଜ କରାଯିବ ବୋଲି କୁହାଯାଇଛି ।

Leave A Reply

Your email address will not be published.