Latest Odisha News

BREAKING NEWS

କେନ୍ଦୁଝର ନେସ୍କୋ ଇଲେକ୍ଟ୍ରିକାଲ୍ ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନସ୍ ଚଢାଉ

କେନ୍ଦୁଝର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ନେସ୍କୋ ଇଲେକ୍ଟ୍ରିକ୍ ବିଭାଗ ଏମଆରଟି ଡେପୁଟି ମ୍ୟାନେଜରଙ୍କ ଘରେ ଭିଜିଲାନସ୍ ଚଢାଉ । ଏକାସାଙ୍ଗରେ ୫ଟି ସ୍ଥାନରେ ଚଢାଉ କରିଛି ଭିଜିଲାନସ୍ । କେନ୍ଦୁଝରର ନେସ୍କୋ କାର୍ଯ୍ୟାଳୟରେ ମିଟର୍ ରିଡିଂ ବିଭାଗରେ ଡେପୁଟି ମ୍ୟାନେଜର ଥିବା ମହେଶ୍ବର ସେଠୀଙ୍କର ଜଗନ୍ନଥପୁର ସ୍ପଞ୍ଜ କଲୋନୀସ୍ଥିତ ବାସଭବନ, ଘଟଗାଁ ବ୍ଲକ ମୁକୁନ୍ଦପୁର ପାଟଣାରେ ଥିବା ପୈତୃକ ବାସଭବନ, ଘଟଗାଁରେ ଥିବା ଭାଇ ଘର, ରିମୁଳିସ୍ଥିତ ଶ୍ବଶୁର ଓ କାର୍ଯ୍ୟାଳୟରେ ଚଢ଼ାଉ କରିଛି ଭିଜିଲାନ୍ସ ।

BjdElectrycity

ଚଢ଼ାଉରେ ବାଲେଶ୍ବର, ଭଦ୍ରକ ଓ କେନ୍ଦୁଝର ଡିଭିଜନ ଭିଜିଲାନ୍ସ ଟିମର ଜଣେ ଏଏସପି, ଦୁଇ ଡିଏସପି ଓ ୬ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ତାଙ୍କ ନିକଟରୁ ଠାବ ହୋଇଛି ୪ଟି ପ୍ଲଟ, ୨ଟି ଦୁଇ ମହଲା କୋଠା ଯାହାର ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା । ସେହିପରି ୨୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୩ ଲକ୍ଷର ସୁନା ଗହଣା ଓ ୩ଟି ମୋଟର ସାଇକେଲ ମିଳିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.