Latest Odisha News

କନ୍ଧମାଳ ଚକାପାଦ ଗାଁରୁ ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ, ୩ ଗିରଫ

କନ୍ଧମାଳ : କନ୍ଧମାଳ ଚକାପାଦ ଗାଁରୁ ଦେଶୀ ବନ୍ଧୁକ ସହ ବନ୍ଧୁକ ତିଆରି ସାମଗ୍ରୀ ଜବତ । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ଗୁଣୁପୁର ଆଦର୍ଶ ଥାନା ପୋଲିସ । ଚଢ଼ାଉ ବେଳେ ୩ଟି ପିସ୍ତଲ, ୨ଟି ଦେଶୀ ବନ୍ଧୁକ ଓ ବିପୁଳ ପରିମାଣର ଦେଶୀ ବନ୍ଧୁକ ତିଆରି ଯନ୍ତ୍ରପାତି ଓ ସାମଗ୍ରୀକୁ ଜବତ କରାଯାଇଛି ।

କୌଣସି ସୂତ୍ରରୁ ଖବର ପାଇ ଆଜି କନ୍ଧମାଳ ଚକାପାଦ ଗାଁରେ ଚଢ଼ାଉ କରିଥିଲା ଗୁଣୁପୁର ଆଦର୍ଶ ଥାନା ପୋଲିସ । ଦେଶୀ ବନ୍ଧୁକ ତିଆରି ଅଭିଯୋଗରେ ଦେବଦ୍ରୁଲଭା ମହାପାତ୍ର, ତ୍ରିନାଥ ବିନ୍ଧାଣି ଓ ଭାବଗ୍ରାହୀ ବିନ୍ଧାଣିକୁ ପୋଲିସ ଗିରଫ କରିଛି । ସମସ୍ତ ୩ ଜଣଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ । ଏହି ରାକେଟରେ ଅନ୍ୟ କେଉଁ ମାନେ ସମ୍ପୃକ୍ତ ଅଛନ୍ତି, ତାର ଖୋଳତାଡ କରିବ ପୋଲିସ ।

Leave A Reply

Your email address will not be published.