ଭବାନୀପାଟଣା: ଭିଜିଲାନ୍ସ ଜାଲରେ ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲ ଅଧ୍ୟକ୍ଷ । ତାଙ୍କ ନାଁ ସୂର୍ଯ୍ୟ ନାରାୟଣ ରଥ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ସୂର୍ଯ୍ୟନାରାୟଣଙ୍କର ଝାରସୁଗୁଡ଼ା ସ୍ଥିତ ବାସଭବନ ସମେତ ଏକକାଳୀନ 6ଟି ସ୍ଥାନରେ ରେଡ୍ ଚାଲିଛି ।
ଝାରସୁଗୁଡ଼ା ଏଲଏନ୍ କଲେଜ ପାଖ ବାସଭବନ ସମେତ ଆଉ ଏକ ଘର, ସୁନ୍ଦରଗଡ଼ରେ କାର୍ଯ୍ୟରତ ତାଙ୍କ ସ୍ତ୍ରୀଙ୍କ MI ଅଫିସ୍, କେନ୍ଦ୍ରାପଡ଼ା ବାସଭବନ, ଭବାନୀପାଟଣାରେ ଥିବା ସରକାରୀ ବାସଭବନ ଓ ଭୁବନେଶ୍ଵରରେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ ଜାରି ରହିଛି । ରେଡ୍ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି ।
Comments are closed.